ବୌଦ୍ଧ (ଶାସକ ପ୍ରଶାସକ ): ବୌଦ୍ଧ ଜିଲ୍ଲା ବଉଦ ବ୍ଲକ ଖମାରିପଡା ରାସ୍ତାର କମିରା ଦାମୋଦରପୁର ମଝିରେ ଥିବା ଜାମ୍ବୁନାଳ ଉପରେ ଆଜି ସକାଳୁ ୪ଫୁଟ ଉପରେ ଜଳ ପ୍ରବାହିତ ହେଉଥିବା ଯୋଗୁଁ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡପଡା, କମିରା, ଖମାରିପଡା ସମେତ ବ୍ରାହ୍ମଣୀପIଲି ପଞ୍ଚାୟତ ଲୋକମାନେ ଏହି ରାସ୍ତାରେ ଯିବାଆସିବାପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାଣି କମିବା ଆଶାରେ ବହୁ ସମୟ ଅପେକ୍ଷା କରି ପାଣି ନକମିବାରୁ ବାଧ୍ୟହୋଇ ଲୋକେ ଫେରିଯାଉଛନ୍ତି । ସୂଚନାଯୋଗ୍ୟ ଗତକାଲି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଏହି ନାଳରେ ପାଣି ବଢିଥିଲା । ପ୍ରତିବର୍ଷ ଏହି ନାଳରେ ବନ୍ୟା ପାଣି ଯୋଗୁଁ ଗ୍ରାମବାସୀ ଅସୁବିଧାରେ ପଡନ୍ତି । ଏଥିପାଇଁ ଗ୍ରାମବାସୀ ଏହି ପୋଲକୁ ଉଚ୍ଚା କରିବା ପାଇଁ ଦୀର୍ଘ ଦିନରୁ ପ୍ରଶାସନ ପାଖରେ ଦାବୀ କରି ଆସୁଥିଲେ ମଧ୍ୟ ଏହା କରାଯାଉନାହିଁ । ବର୍ଷେ ହେଲା ଜହ୍ନାପଙ୍କ ଖମାରିପଡା ରାସ୍ତାର ପୂର୍ତ୍ତ ବିଭାଗ ପକ୍ଷରୁ ଉନ୍ନତି କରଣ କାମଚାଲିଛି କିନ୍ତୁ ପୋଲ କାମ ନକରି ସଂପୃକ୍ତ ଠିକାଦାର ରାସ୍ତାକାମ ଆଗ କରୁଥିବାରୁ ଏ ଅବସ୍ତା ଆଜି ଭୋଗିବାକୁ ପଡିଛି । ଅନ୍ୟପକ୍ଷରେ ରାସ୍ତା ଶେଷହେବା ଅବଧିର ମାସେ ପୁରି ଯାଇଥିଲେ ମଧ୍ୟ ଏହାର କାମ ସମ୍ପୂର୍ଣ୍ଣ ହୋଇନାହିଁ । ତୁରନ୍ତ ଏହି ରାସ୍ତା ସମ୍ପୁର୍ଣ୍ଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.
Prev Post