ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୪ତମ ସ୍ବାଧୀନତା ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିୟତି ମାନସିକ ଅନଗ୍ରସର ଅନୁଷ୍ଠାନ (ରାଣୀପେଣ୍ଠ) ଠାରେ ପବିତ୍ର ୭୪ତମ ସ୍ୱାଧୀନତା ଦିବସ ନିଡ଼ାମ୍ବର ସହକାରେ  ପାଳନ ହୋଇଯାରିଛି।ସହରର ବିଶିଷ୍ଟ ବୁଦ୍ଧିଜୀବୀ, ସାଇ ଡ଼ିଟିପି ସେଣ୍ଟରର ମାଲିକ  ଟୁକୁନା ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ  ପତାକା ଉତ୍ତୋଳନ କରି ଜାତି ଉଦେଶ୍ୟରେ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାପାଇଁ ଉଦବୋଧନ ଦେଇଥିଲେ।

ସମସ୍ତ କାର୍ଯ୍ୟକ୍ରମକୁ ପିଙ୍କୁ ପଟ୍ଟନାୟକ , ନିୟତିର ଫିଜିଓଥେରୋପି ସଂଯୋଜକ ସୁନିତ କୁମାର ଗମାଙ୍ଗ ପରିଚାଳନା କରିଥିଲେ।

ସେହିପରି ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ନିଡାମ୍ବର ଭାବେ ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ଜୟକୃଷ୍ଣ ମହାରଣା ସଭାପତି smc, କୁମୁଦରଞ୍ଜନ ଦାଶ , ହରିହର ଦାସ , ଜଗନ୍ନାଥ ପଟ୍ଟନାୟକ , ମିନକ୍ଷୀ ପାଢ଼ୀ , ଚିତ୍ରା ରଥ , ରାମଜୀ ରମେଶ , y. ଧର୍ମାରାଓ , ଏସ୍ . ଲକ୍ଷଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

 ସେହିପରି କାଶୀନଗର ସ୍ଥିତ ଫରେଷ୍ଟ ଛକ ଠାରେ ଆପ୍ କାଶୀନଗର ଆବାହକ ତାମାଡା କ୍ରିଷ୍ଣା ଙ୍କ ନେତୃତ୍ୱରେ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆପ୍ ଗଜପତି ଉପଦେଷ୍ଟା, ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ସଭାପତି ତଥା ସମାଜସେବୀ କବି ପ୍ରଶାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।

ସେହିପରି ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୪ତମ ସ୍ବାଧୀନତା ଦିବସ ନିଡ଼ାମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟ ଅତିଥି ରୂପେ ମହିଳା ମହାବିଦ୍ୟାଳୟ ର ପ୍ରିନ୍ସପାଲ ଅବସର ପ୍ରାପ୍ତ ଶ୍ରୀ ଶଙ୍କର ବକ୍ସି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Leave A Reply

Your email address will not be published.