ଜନ ସ୍ଵାସ୍ଥ୍ୟ ବିଭାଗ ଦ୍ବାରା ରାସ୍ତାକଡ଼ରୁ ଉତ୍କଟ ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଠାବ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) /ଝାରସୁଗୁଡ଼ା ବାଇପାସ୍ SH-10 ବିଜୁ ଏକ୍ସପ୍ରେସ୍ ରାସ୍ତାର ଦୁର୍ଲଗା ଛକରୁ ତାଲପଟିଆ ବାଇପାସ୍ ଛକ ମଧ୍ୟରେ ଏକ କଲଭର୍ଟ ପାଖରେ ଝାରସୁଗୁଡ଼ା ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା ରାସ୍ତାକଡ଼ରେ ଏକ ଉତ୍କଟ ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଠାବ କରାଯାଇଛି। ଏହି ରାସାୟନିକ ପଦାର୍ଥ ଉକ୍ତ ଛୋଟ ଜଳସ୍ରୋତରେ ବହିଯାଇ ଇବ ନଦୀ ଜଳରେ ମିଶୁଛି। ଏହାର ପରିଣତି ସ୍ୱରୂପ ନଦୀର ମାଛଗୁଡ଼ିକର ମଲାଦେହ ଭାସୁଥିବା ସହ ଜଳରୁ ତୀବ୍ର ଗନ୍ଧ ବାହାରୁଥିବା ଜଣାପଡ଼ିଛି।

ଏଠାରେ ଜନ ସ୍ଵାସ୍ଥ୍ୟ ବିଭାଗର ଯନ୍ତ୍ର୍ରୀ ଓ ବିଭାଗୀୟ ଅଧିକାରୀ ସେଠାରେ ପହଞ୍ଚି ବ୍ଲିଚିଂ ପାଉଡର ପକାଇବା ସହ ଏହାର କୁପ୍ରଭାବକୁ ରୋକିବାକୁ ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ ଯେ  ଗତକାଲିଠାରୁ ପିଏଚଡି ପାଣିରେ କେମିକାଲ ଗନ୍ଧ ବାହାରିବାରୁ  ଜଳଯୋଗାଣକୁ  ବନ୍ଦ କରାଯାଇଥିଲା ଏବଂ ଏହାର ଉତ୍ସ ଖୋଜିବା ଆରମ୍ଭ କରାଯାଇଥିଲା। ବିଭାଗୀୟ ଅଧିକାରୀମାନେ ଏହି ସ୍ଥାନରେ କିଛି ରାସାୟନିକ ପଦାର୍ଥ ପଡ଼ିରହିଥିବା ସୂଚନା ପାଇ ଗନ୍ଧଯୁକ୍ତ ପାନୀୟ ଜଳର କାରଣ ବିଷୟରେ ଅବଗତ ହୋଇଥିଲେ। ମାତ୍ର ଏହି ରାସାୟନିକ ପଦାର୍ଥ କିଏ ଏଠାରେ କାହିଁକି ପକାଇଲା, ଏ ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.