ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ ଓ କୋରନା ସଚେତନତା କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାର ୭ ଟି ବ୍ଳକରେ ନେହେରୁ ଯୁବକେନ୍ଦ୍ର ସହାୟତାରେ ବୃକ୍ଷ ରୋପଣ ଓ କୋରନାକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ ଗୁଡିକ ପାଳନ କରାଯାଇଛି। ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବ୍ଳକରେ “clean India green India” ଉପଲକ୍ଷେ ସଫେଇ ସହ ବୃକ୍ଷ ରୋପଣ ଏହା ସହିତ କୋରନା ସଚେତନତା କାର୍ଯ୍ୟକ୍ରମ ଅବଲମ୍ବନ କରାଯାଇଛି।

ଏହି ଉପଲକ୍ଷେ ଗଜପତି ଜିଲ୍ଲା ନୂଆଗଡ ବ୍ଳକର ସୁରାଙ୍ଗି ଗ୍ରାମରେ”white star youth club”ର ସଦସ୍ୟ ମାନେ ମିଳିତ ହୋଇ ସାହିରେ ଥିବା ଦୋକାନ ଘର ଗୁଡିକରେ ପ୍ରଚାର ପତ୍ର ବଣ୍ଟନ କରିଥିଲେ। ଠିକ୍ ସେହି ପରି କାଶୀନଗର ବ୍ଳକର ବୋଥଭା ଗ୍ରାମରେ “jai hanuman youth club”ର ସଦସ୍ୟ ମାନଙ୍କ ଦ୍ଵାରା ସଫେଇ ସହ ୩୦ ଗୋଟି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଦୁଇ ବ୍ଳକରେ ବୃକ୍ଷ ରୋପଣ ଓ କୋରନା ସତର୍କତା କାର୍ଯ୍ୟକ୍ରମଟି ସଂପୂର୍ଣ୍ଣ ଭାବରେ ଆୟୋଜନ କରାଯାଇଥିବାରୁ ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.