କଟକଣା ମଧ୍ୟରେ ପାଳିତ ହେବ ଶିକ୍ଷାନୁଷ୍ଠାନମାନଙ୍କରେ ସ୍ବାଧୀନତା ଦିବସ। ଉପସ୍ଥିତ ରହି ପାରିବେ ନାହିଁ ଛାତ୍ରଛାତ୍ରୀ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) କୋଭିଡ-19 ମହାମାରୀର ବିଭୀଷିକାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକରେ ଆସନ୍ତା କାଲି ସ୍ବାଧୀନତା ଦିବସ ପାଳନ ପାଇଁ  ଓଡ଼ିଶା ସରକାରଙ୍କ ଦ୍ବାରା  ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦିବା ଆସନ୍ତା ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ମାତ୍ର ଶିକ୍ଷାନୁଷ୍ଠାନଗୁଡିକରେ ସ୍ବାଧୀନତା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତି ବିନା ଶିକ୍ଷାନୁଷ୍ଠାନ ଗୁଡ଼ିକ ସ୍ବାଧୀନତା ଦିବସ ପାଳନ କରିବେ। କୋଭିଡ ଗାଇଡଲାଇନ୍ ଅନୁସାରେ ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ସ୍ବାଧୀନତା ଦିବସ ପାଳନ କରିବେ। ଏହି ସମୟରେ ଶାରିରୀକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଆବଶ୍ୟକ ହେଲେ ସ୍କୁଲ ପରିଚାଳନା କମିଟିର ସଭାପତି ଓ ଅନ୍ୟାନ୍ୟ ସଭ୍ୟଙ୍କୁ ନିମନ୍ତ୍ରଣ କରାଯାଇ ପାରିବ। ମାତ୍ର କୌଣସି ପରିସ୍ଥିତିରେ ୧୦ ଜଣରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହି ପାରିବେ ନାହିଁ। ଯେ କୌଣସି ପ୍ରକାରର ଖାଦ୍ୟପେୟର ବ୍ୟବସ୍ଥା ଉପରେ ମଧ୍ୟ ବଣ୍ଟନ କରାଯାଇ ପାରିବ ନାହିଁ । ସକାଳ ୯ଟାରୁ ୧୧ଟା ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଗାଇଡଲାଇନ୍ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ବା ଅଣ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ, ମଦ୍ରାସା, ସଂସ୍କୃତ ଟୋଲ, ତାଲିମକେନ୍ଦ୍ରମାନଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। 

ସେହିପରି ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ମଧ୍ୟ କୋଭିଡ -19 ଗାଇଡଲାଇନ୍ ଅନୁସାରେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ମନମୋହନ ଏମ ଇ ସ୍କୁଲ ପଡ଼ିଆରେ ପାଳିତ ହେବ। ସକାଳ ୯ଟାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ।

Leave A Reply

Your email address will not be published.