ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳଦାସଙ୍କୁ କରୋନା: ମେଦାନ୍ତରେ ଭର୍ତ୍ତି

0

ମଥୁରା (ଏଜେନ୍ସି)  ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର  ଟ୍ରଷ୍ଟର ସଭାପତି ତଥା ଶ୍ରୀକୃଷ୍ଣ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ  ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅସୁସ୍ଥ ହୋଇପଡ଼ିଛନ୍ତି । କରୋନା ଆଣ୍ଟିଜେନ୍ ପରୀକ୍ଷାରେ ପଜିଟିଭ୍ ଆସିବା ପରେ ତାଙ୍କୁ ମଥୁରାରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମଥୁରା ଆସି ସହରର ସୀତାରାମ ମନ୍ଦିରରେ ଅବସ୍ଥାନ କରୁଥିବା ମହନ୍ତ ନୃତ୍ୟଗୋପାଳ ଆଜି ସକାଳେ ଅସୁସ୍ଥ ଅନୁଭବ କରିଥିଲେ |  ବୁଧବାର ରାତିରେ ଶ୍ରୀକୃଷ୍ଣ ଜନ୍ମସ୍ଥାନରେ ଆୟୋଜିତ କୃଷ୍ଣ ଜନମୋତ୍ସବରେ ମହନ୍ତ ଯୋଗ ଦେଇଥିଲେ। ଏଠାରେ ସେ କାହ୍ନାଙ୍କୁ ଅଭିଷେକ ବି କରିଥିଲେ। ଏହା ପରେ ସେ ରାତିରେ ସହରର ଜଙ୍କସନ ରୋଡରେ ଥିବା ସୀତାରାମ ମନ୍ଦିରରେ ଅବସ୍ଥାନ କରିଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ୍ ସର୍ବାଗିରାମ ମିଶ୍ର ଏବଂ ସିଏମଓ ଡକ୍ଟର ସଞ୍ଜୀବ ଯାଦବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ସୂଚନା ପାଇଁ  ସ୍ୱାସ୍ଥ୍ୟ ଦଳ ସହ ପହଞ୍ଚିଥିଲେ। ଜ୍ୱର ଏବଂ କାଶ  ସକାଳେ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ଅନୁଭବ କରିଥିଲେ | ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିଲେ ବି ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ମେଦାନ୍ତ  ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମହନ୍ତ ନୃତ୍ୟଗୋପାଳ ଦାଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୋନ ଯୋଗେ ତାଙ୍କ ସହ କଥା ହୋଇଥିବା ବେଳେ ତାଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ |  ଉପଯୁକ୍ତ ସ୍ୱାସ୍ଥ୍ୟ ଯତ୍ନ ପାଇଁ ସେ ଜିଲ୍ଲା ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ ଗୁରୁଗ୍ରାମର ମେଦାନ୍ତ  ହସ୍ପିଟାଲର ଡାକ୍ତର ନରେଶ ଟ୍ରେହାନଙ୍କ ସହ ମଧ୍ୟ କଥା ହୋଇ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.