ସଂଗ୍ରହ ହେଲା ୭୦ ୟୁନିଟ ରକ୍ତ। ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମକୁ ଆରମ୍ଭ କଲେ ବିଧାୟକ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) /ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କୁରେମାଲର ପିଡବ୍ଲୁଡି ବଙ୍ଗଳାଠାରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ‘ଓଡ଼ିଶା ମୋ ପରିବାରର କାର୍ଯ୍ୟକ୍ରମର ଅଂଶବିଶେଷ ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର ମହାନ୍ତି। ଏହି ଅବସରରେ ମୋଟ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତଭଣ୍ଡାରକୁ ପ୍ରଦାନ କରାଯାଇଛି। ବିଜେଡିର ସ୍ବେଚ୍ଛାସେବୀମାନେ ପୂର୍ଣ୍ଣ ପ୍ରାଣରେ ଓ ପ୍ରବଳ ଉତ୍ସାହ ସହକାରେ ସ୍ବେଚ୍ଛାକୃତ ଭାବରେ ରକ୍ତ ଦାନ କରିବା ଦେଖିବାକୁ ମିଳିଥିଲା। ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ଓ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ତ୍ରିନାଥ ଗୁଆଲ, ଲଖନପୁର ବିଜେଡି ବ୍ଲକ ସଭାପତି ରବିରତ୍ନ ପ୍ରଧାନ, ଲଖନପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ପଙ୍କଜିନୀ ପ୍ରଧାନ, ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଶାନ୍ତ କୁମାର ଜେନା, ଏସସି ସେଲ ସଭାପତି ଶ୍ରୀ ଜୟପ୍ରକାଶ କୁଅଁର, ଜିଲ୍ଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଶ୍ରୀ ଲିଙ୍ଗରାଜ ମହାପାତ୍ର, ନରେଶ ଖମାରୀ, ରାଜେନ୍ଦ୍ର ପ୍ରସାଦ ସାହୁ, ପ୍ରମୋଦ ଗଡ଼ତିଆ,ସଞ୍ଜିତ ପ୍ରଧାନ,  ପିତାମ୍ବର ମିଶ୍ର ଓ ଅନେକ ବିଜେଡି କର୍ମୀଙ୍କ ସହ ରେଙ୍ଗାଲି ପୋଲିସ୍ ବିଭାଗ, ଝାରସୁଗୁଡ଼ା ବ୍ଲଡ ବ୍ୟାଙ୍କ ଅଧିକାରୀ ଡା:ଶିଳବନ୍ତୀ ଜୋଜୋ, ଭବାନୀ ଶଙ୍କର ସୁନାନୀ, କିରନ ସାହୁ, ପ୍ରମୋଦ ସା, ପ୍ରକାଶ ପଣ୍ଡା ଓ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଉପସ୍ଥିତ ହୋଇଥିଲେ।

Leave A Reply

Your email address will not be published.