ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା ଅଖିଳ ଭାରତୀୟ ଗୌଣ୍ଡୱାନା ଗୌଣ୍ଡ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜର ଯୁଗ୍ନ ଆୟୋଜନରେ ବିଶ୍ୱ ଆଦିବାସୀ ଦିବସ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟର ୨୦ଟି ଜିଲ୍ଲାରୁ ତୁଙ୍ଗ ଆଦିବାସୀ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ । ଏହା ଝାରସୁଗୁଡ଼ା ଗୌଣ୍ଡୱାନା ଭବନରୁ ପରିଚାଳିତ ହୋଇଥିଲା । ଏଥିରେ ବିଶ୍ବ ଆଦିବାସୀ ଦିବସର ଚର୍ଚ୍ଚା ହେବା ସହ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷା, ସାମାଜିକ ତଥା ଆର୍ଥିକ ଉନ୍ନତି ଉପରେ ମତାମତ ପ୍ରଦାନ କରିଥିଲେ । ବିଶେଷ ଭାବରେ ମହାମାରୀ କୋରୋନାର ଭୟାବହ ପରିସ୍ଥିତି ଯୋଗୁଁ ସଂପୂର୍ଣ୍ଣ ଭାବରେ ରାଜ୍ୟର ଶିକ୍ଷା ଓ ଆର୍ଥିକ ପରିସ୍ଥିତି ଭୁଷୁଡ଼ି ପଡ଼ିଛି ତଥା ରାଜ୍ୟରେ ପ୍ରଚଳିତ ଦୁଇ ପ୍ରକାର ଶିକ୍ଷା ପ୍ରଣାଳୀ ଯୋଗୁଁ ଗରିବ ପିଲାମାନଙ୍କ ପାଠ ପଢ଼ି ଡୋରି ବନ୍ଧା ହେବାକୁ ଯାଉଛି । ବିଶ୍ୱ ଆଦିବାସୀ ଦିବସରେ ଭିଡିଓ କନ୍ଫରେନ୍ସରେ ଆଲୋଚନା । ସରକାର ଚାହୁଁଛନ୍ତି ଅନଲାଇନ ଶିକ୍ଷାର ପ୍ରଚଳନ କରିବା ପାଇଁ, ହେଲେ ରାଜ୍ୟର ଅଙ୍ଗନବାଡ଼ିରେ ଭାତ, ଡାଲି, ଅଣ୍ଡା ଖାଇ ପଢୁଥିବା ଗରିବ ପିଲା ଓ ୨୦୦୦ ଟଙ୍କାରୁ ୨, ୦୦, ୦୦୦ ଟଙ୍କା ଫିସ ଦେଇ ପାଠ ପଢୁଥିବା ସ୍ବଚ୍ଛଳ ବର୍ଗର ପିଲାଙ୍କ ସହିତ ଅନଲାଇନ ଶିକ୍ଷା ପ୍ରଣାଳୀ ସମ୍ଭବ କି ? ତେଣୁ କରି ଗରିବ ପିଲାମାନଙ୍କ ପାଇଁ ପ୍ରଥମେ ଭିତିଭୂମି ତିଆରି କରାଯାଉ । ଆଦିବାସୀ ସଂଗଠନ ପକ୍ଷରୁ ପ୍ରତି ୨୦୦ ପରିବାରରେ ଏକ ଗୁଡ଼ି ତିଆରି କରି ପିଲାମାନଙ୍କର ପାଠପଢା ପାଇଁ କମ୍ପୁଟରାଇଜ ବଡ଼ଦେଓ ପାଠାଗାର ସମଗ୍ର ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତି ନେଇଛନ୍ତି । ଏହା ଝାରସୁଗୁଡ଼ା ଓ ଭୁବନେଶ୍ୱର ଠାରୁ ପରିଚାଳିତ ହେବ । ଦ୍ବିତୀୟରେ ଆଦିବାସୀ ମାନଙ୍କ ଜମି କିଣା ବିକାରେ ଦଲାଲ ଓ ଅଫିସର ମିଶି ଆଇନର ଗଲାବାଟ ଦେଇ ମାଲେମାଲ ହେଉଛନ୍ତି । ଆଦିବାସୀ ମାନଙ୍କୁ ଜମିହୀନ କରିବାରେ ଷଡଯନ୍ତ୍ର ରଚିଛନ୍ତି । ଆଦିବାସୀ ଜମି ସାଧାରଣ ବର୍ଗଙ୍କୁ ବିକିଲେ ସରକାରୀ କଟକଣା ଅନୁସାରେ ପରମିସନ୍ କରିବାକୁ ପଡ଼େ । ଆଦିବାସୀ ଓ ଆଦିବାସୀ ମାନଙ୍କ ମଧ୍ୟରେ ଖରିଦ ବିକ୍ରି ହେଲେ ପରମିସନ୍ର ଆବଶ୍ୟକତା ନାହିଁ, ଯେହେତୁ ପରମିସନ୍ ପାଇଁ ଆଦିବାସୀ ଜମି ମାଲିକଙ୍କ ଖାତାରେ ୫ ଏକରରୁ ଉର୍ଦ୍ଧ ପରିମାଣ ଜମିଥିବାର ଅଛି । ତେଣୁ କମ୍ କମି ଥିବା ଆଦିବାସୀ ଜମି ମାଲିକଙ୍କ ଖାତାରୁ ପ୍ରଥମେ ୫ଏକରରୁ ଉଦ୍ଧ ଥିବା ଆଦିବାସୀ ଜମି ମାଲିକଙ୍କ ନାମରେ ଖରିଦ ବିକ୍ରି କରାଯାଇ ପରେ ଶହଶହ ଏକର ଜମି ଦଲାଲି ଯୁଗ୍ନ ମାଧ୍ୟମରେ ସାଧାରଣ ବର୍ଗଙ୍କୁ ହସ୍ତାନ୍ତର ଦ୍ଵାରା ଆଦିବାସୀମାନେ ଧୀରେଧୀରେ ଜମିହୀନ ହୋଇ ଗଲେଣି । ସଂଗଠନ ନିଷ୍ପତି ନେଇଛି ଯେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ମାନ୍ୟବର ରାଜ୍ୟପାଳଙ୍କୁ ଭାବ ମଧ୍ୟରେ ନିମ୍ନୋକ୍ତ ୫ ଦଫା ଦାବି ଗୁଡ଼ିକୁ ସରକାରଙ୍କ ଠାରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି । ( ୧ ) ସରକାର ସମସ୍ତ ବର୍ଗର ଛାତ୍ରଛାତ୍ରୀ ପାଇଁ ଏକ ପ୍ରକାର ଶିକ୍ଷାନୀତି ପ୍ରଣୟନ କରନ୍ତୁ । ( ୨ ) ଆଦିବାସୀ ମାନଙ୍କ ଜମି ସାଧାରଣ ବର୍ଗକୁ ହସ୍ତାନ୍ତରର ଗଲାବାଟ ବନ୍ଦ କରାଯାଉ । ( ୩ ) ଯେହେତୁ ଆଦିବାସୀମାନେ ତାଙ୍କର ଅସୁବିଧା ଦର୍ଶାଇ ଜମି ବିକ୍ରି କରୁଛନ୍ତି ସେଥିପାଇଁ ସରକାରୀ ସ୍ତରରେ ଆବଶ୍ୟକତାକୁ ତର୍ଜମାକରି ସହରାଞ୍ଚଳରେ ଥିବା ଆଦିବାସୀ ମାନଙ୍କ ଜମିରୁ ୫ ଡିସିମିଲ ରୁ ୧୦ ଡିସିମିଲ ପର୍ଯ୍ୟନ୍ତ ଓ ଗ୍ରାମାଞ୍ଚଳରେ ୨୫ ଡିସିମିଲରୁ ୫୦ ଡିସିମିଲ ପର୍ଯ୍ୟନ୍ତ ଖରିଦ ବିକ୍ରି ପାଇଁ ପରମିସନ ଦିଆଯାଉ । ( ୪ ) ଆଦିବାସୀ ଓ ଆଦିବାସୀ ମାନଙ୍କ ମଧ୍ୟରେ ଖରିଦ ବିକ୍ରି ହୋଇଥିବା ଜମି ସାଧାରଣ ବର୍ଗଙ୍କ ନାମରେ ବିକିବାକୁ ହେଲେ ପ୍ରଥମ ଖରିଦ ବିକ୍ରି ହୋଇଥିବା ତାରିଖ ଠାରୁ ସର୍ବ ନିମ୍ନ ତିନିବର୍ଷ ବ୍ୟବଧାନ ରଖାଯାଉ । ( ୫ ) ଯେଉଁ ଆଦିବାସୀ କମି ଗୁଡ଼ିକ ଅନିୟମିତ ଭାବରେ ଖରିଦ ବିକ୍ରି ହୋଇଛି ସେ ମାମଲା ଗୁଡ଼ିକୁ ମାସେ ଭିତରେ ଫଇସଲା କରାଯାଉ । ଏହି ସଭାକୁ ଅଖିଳ ଭାରତୀୟ ଗୌଣ୍ଡୱାନା ଗୌଣ୍ଡ ମହାସଭା ସଭାପତି ମହେନ୍ଦ୍ର ପରିଚାଳିତ କରିଥିବା ବେଲେ ଝାରସୁଗୁଡ଼ାରୁ ଫକିର ନାଏକ, ଶ୍ୟାମଲାଲ ନାଏକ, ପ୍ରଭାକର ଓରାମ, ସୁବଳ ଧୁରୁଆ, ବସନ୍ତ ଭୋଇ, ଲିଙ୍ଗରାଜ ପ୍ରଧାନ, ବିନୋଦ ବିହାରୀ ବାଗ ସାମିଲ ହୋଇଥିବା ବେଳେ ଅନୁଗୁଳରୁ ରାଜ୍ୟ ମହାସଚିବ ( ସଂଗଠନ ) ପ୍ୟାରିମୋହନ ନାୟକ, ବଲାଙ୍ଗିରରୁ ରାଜ୍ୟ ମହାସଚିବ ( ଶିକ୍ଷା ) ମିନକେତନ ମାଝି ପରିଚାଳନା କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରାଷ୍ଟ୍ରିୟ ଉପାଧ୍ୟକ୍ଷ ଖାନସିଂହ ମାଝୀ, ମହିଳା ସଂଗଠନର ସଭାନେତ୍ରୀ ସୁକାନ୍ତିବାଳା ନାଏକ, ଜୟରାମ ସବର, ବବୁଲୁ କିସାନ, ସୁବ୍ରତ କୁଅଁର, ରାମଚନ୍ଦ୍ର ଧୁରୁଆ, ଧବଲେଶ୍ଵର ଜଳପତି, ଶିଶିର ଧୁରୁଆ, ନୃପ ଭୋଇ ପ୍ରମୁଖ ଭିଡିଓ କନ୍ଫରେନ୍ସରେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post