କୋରୋନା ସଂକ୍ରମିତ ଗର୍ଭବତୀ ମହିଳା ଜନ୍ମ ଦେଲେ ସୁସ୍ଥ କନ୍ୟା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର କୋଭିଡ ଡାକ୍ତରଖାନାରେ ଏକ ନବଜାତ କନ୍ୟା ସନ୍ତାନକୁ ଜନ୍ମ ଦେଇ ସଙ୍କଟ ସମୟରେ ଖୁସିର ଲହରୀ ଆଣିଦେଇଛନ୍ତି ଜଣେ କୋରୋନା ସଂକ୍ରମିତ ମହିଳା। ସ୍ଥାନୀୟ ସରବାହାଲ ଅଞ୍ଚଳର ଏହି ମହିଳା  ଓ ତାଙ୍କ ପରିବାରର ଅନ୍ୟ ତିନି ଜଣ ସଦସ୍ୟଙ୍କ ସହ କୋଭିଡ ସଂକ୍ରମିତ ବୋଲି ରିପୋର୍ଟ ଆସିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୫ ବର୍ଷ ବୟସ୍କା ଏହି ମହିଳା ଏକ ସୁସ୍ଥ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ସମସ୍ତଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ଗତ ରବିବାର ଭର୍ତ୍ତି ହୋଇଥିବା ପରିବାରର ସଦସ୍ୟ ଏଥିପାଇଁ ଡାକ୍ତର, ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ସାହସ, ଉଦ୍ୟମ ଓ ଉତ୍ସର୍ଗୀକୃତ ସେବା ମନୋଭାବ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.