କୋହଳ ହେବ ସଟଡାଉନ! ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାରେ ନୂଆଁଖାଇ ଉପରେ କୋରୋନା ପାଇଁ କଟକଣାକୁ ଲାଗୁ କରିବାକୁ ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ନେଇ ଝଡ଼ ସୃଷ୍ଟି ହୋଇଛି। ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ ଓ ଲୋକେ ଘରେ ରହି ଏହା ପାଳନ କରୁଥିବା ଯୋଗୁଁ ଏହାଦ୍ୱାରା କୌଣସି ପ୍ରକାରର କୋଭିଡ ଆଇନ ଉଲ୍ଲଘଂନ ହେବାର ସମ୍ଭାବନା ନାହିଁ ବୋଲି ଝାରସୁଗୁଡ଼ାର ପ୍ରତିଷ୍ଠିତ ବ୍ୟକ୍ତିମାନେ ଜିଲ୍ଲାପାଳଙ୍କୁ ଏକ ପତ୍ର ଦେଇ କହିଛନ୍ତି। ମାତ୍ର ନୂଆଁଖାଇ ଉପଲକ୍ଷେ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବଜାରରୁ କିଣିବାର ଆବଶ୍ୟକତା ଦୃଷ୍ଟିକୋଣରୁ ସଟଡାଉନକୁ କୋହଳ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଜିଲ୍ଲାପାଳ ମଧ୍ୟ ନୂଆଁଖାଇ ଓ ସ୍ବାଧୀନତା ଦିବସ ଉପଲକ୍ଷେ ସଟଡାଉନକୁ କୋହଳ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲାପାଳଙ୍କୁ ଭେଟିଥିବା ଏହି ଦଳରେ ଶ୍ରୀ ପିଣ୍ଟୁ ପାଢ଼ୀ, ଶ୍ରୀ ଟହଲୁ ସାହୁ, ଏସ ସୁଭନୀଲ, ବିକ୍ରମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ ଯେ ଜିଲ୍ଲାପାଳ ଗତ ତା: ୦୩/୦୮/୨୦୨୦ରେ ଏକ ବିଜ୍ଞପ୍ତି ମାଧ୍ୟମରେ ଗଣେଶ ପୂଜା ଓ ନୂଆଁଖାଇ ପାଳନ ନିମନ୍ତେ କଟକଣା ଜାରି କରିଥିଲେ। ମାତ୍ର ଏହି ସଂପୂର୍ଣ୍ଣ କଟକଣାକୁ ନାପସନ୍ଦ କରି ଝାରସୁଗୁଡ଼ା ଜିଲ୍ଲାର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ନିଜର ମତ ପ୍ରକାଶ କରି କହିଥିଲେ ଯେ ନୂଆଁଖାଇକୁ ପାଳନ କରିବା ପାଇଁ ବଜାରକୁ ସଂପୂର୍ଣ୍ଣ ସଟଡାଉନ କରିଦେଲେ ଏହା ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବ। ଲୋକଙ୍କୁ କୋଭିଡ ଗାଇଡଲାଇନ୍ ଅନୁସାରେ ବଜାରରେ କ୍ରୟ ଓ ବିକ୍ରୟର ବ୍ୟବସ୍ଥା କଲେ ଏହାଦ୍ବାରା କୌଣସି ଅସୁବିଧା ହେବ ନାହିଁ।

Leave A Reply

Your email address will not be published.