ଆଦିବାସୀ ଓ ହରିଜନ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦିନିକିଆ ଗଜପତି ଗସ୍ତ 

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ , ହରିଜନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗଙ୍କ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ । ତାଙ୍କ ସାଙ୍ଗରେ  ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ  ମଧ୍ୟ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ ।

ଏହି ଅବସରରେ  ମନ୍ତ୍ରୀ ଓ ସାଂସଦ ଗଜପତି ଜିଲ୍ଲାରେ ଚାଲିଥିବା କୋଭିଡ-୧୯ର ମୁକାବିଲା ସମ୍ବନ୍ଧୀୟ ସମସ୍ତ  ବିଷୟବସ୍ତୁ ଉପରେ ଜିଲ୍ଲାପାଳ  ଅନୁପମ ସାହାଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେଆଲୋଚନା କରିଥିଲେ।

ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ଥିଲା ପ୍ଲାଜମା ଥେରାପି ଚିକିତ୍ସା ର ଅଗ୍ରଗତି ପାଇଁ ଆବଶ୍ୟକୀୟ ରକ୍ତ କିପରି ସଂଗୃହିତ କରାଯାଇପାରିବ।ଏଥିପାଇଁ ଜିଲ୍ଲାରେ ଚାଲିଥିବା ସଚେତନତା କାର୍ଯ୍ୟକ୍ରମରେ ୨୩ ଜଣ ବ୍ୟକ୍ତି ରାଜି ହୋଇଥିବା କଥା  ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ମାନ୍ୟବର ମନ୍ତ୍ରୀଙ୍କ ଆଗରେ ରଖିଥିବା ବେଳେ ଏହାକୁ କିଭଳି ସଂଗୃହିତ କରିବା ସହ ଅଧିକାରୁ ଅଧିକା ଲୋକଙ୍କ ଠାରୁ କିଭଳି ସଂଗ୍ରହ କରାଯିବ ତାହାରି ଉପରେ ମନ୍ତ୍ରୀ ଶ୍ରୀ ସାରକା ଗୁରୁତ୍ୱାରୋପ କରିଥିଲେ ।

 ଏହାକୁ ବୃଦ୍ଧି କରିବା ପାଇଁ ଜିଲ୍ଲାରେ ପ୍ରତି କରୋନା ସଂକ୍ରମଣରୁ ଭଲ ହୋଇଥିବା ରୋଗୀଙ୍କ ପାଖରେ ପ୍ରଶାସନ କିପରି ପହଞ୍ଚି ଲୋକଙ୍କୁ ବୁଝାଇବ ତାହା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା ।

ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଶ୍ରୀ ସତ୍ୟ  ସମ୍ପନ୍ନା ରାଉତ ଜିଲ୍ଲାରେ ଚାଲିଥିବା କୋଭିଡ଼-୧୯ ମୁକାବିଲାର ସମସ୍ତ ତଥ୍ୟ ଯଥା ଆଣ୍ଟିଜେନ ଟେଷ୍ଟ , ସ୍ୱାବ ଟେଷ୍ଟ , ଘର ଘର ବୁଲି ସ୍କ୍ରିନିଙ୍ଗ ଟେଷ୍ଟ , ଫିବର କ୍ଲିନିକ , ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର , ପ୍ରବାସୀ ଓଡ଼ିଆ ମାନଙ୍କ ଉପରେ ଆଧାରିତ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମାନ୍ୟବର ମନ୍ତ୍ରୀ ଏବଂ ସାଂସଦଙ୍କ ଆଗରେ କହିଥିଲେ ।

ଜିଲ୍ଲାରେ ଚାଲିଥିବା ସଟ୍ ଡାଉନ୍ ଏବଂ ଲକ୍ ଡାଉନ୍ ର ସମସ୍ତ ନିର୍ଦ୍ଦେଶାବଳୀ ଉପରେ ଆଧାରିତ ସମସ୍ତ ତଥ୍ୟ ମାନ୍ୟବର ମନ୍ତ୍ରୀ ଓ ସାଂସଦଙ୍କ ସମ୍ମୁଖରେ ରଖାଯାଇଥିଲା। ତାପରେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଦୀପ କୁମାର ପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲରେ ନିୟୋଜିତ ଥିବା ମାନବ ସମ୍ବଳ ଓ ଭିତ୍ତିଭୂମି ଉପରେ ମାନ୍ୟବର ମନ୍ତ୍ରୀ ଏବଂ ସାଂସଦଙ୍କ ସମ୍ମୁଖରେ ଅବଗତ କରାଇଥିଲେ । 

ଶେଷରେ ମନ୍ତ୍ରୀ ଏବଂ ସାଂସଦ ଜିଲ୍ଲାରେ ଚାଲିଥିବା କୋଭିଡ୍ କାର୍ଯ୍ୟକ୍ରମ ଉପରେ ସନ୍ତୋଷ ପ୍ରକାଶ କରିବା ସହ ପ୍ଲାଜମା ଥେରାପିର  ପ୍ରସାରଣ ପାଇଁ ଜନ ସଚେତନତା ସୃଷ୍ଟି କରିବା ଉପରେ  ଗୁରୁତ୍ୱ ଦେଇଥିଲେ । ଏଥିରେ ଅନ୍ୟ ଅଧିକାରୀ ମାନଙ୍କ ଭିତରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ତପନ କୁମାର ପଟ୍ଟନାୟକ , ଉପ-ଜିଲ୍ଲାପାଳ  ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ  ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.