ସାର ଗୋଦାମରେ କୃଷି ବିଭାଗର ଚଢ଼ାଉ

0

ବରଗଡ଼ (ଶାସକ ପ୍ରଶାସକ)  : ବର୍ତ୍ତମାନ ଚାଷର ସମୟ । ଏହି ସମୟରେ ଆମ ରାଜ୍ୟର ଅଧିକାଂଶ ଚାଷୀ ଚାଷ କରିବା ପାଇଁ ବିଭିନ୍ନ ବେଙ୍କ , ସମବାୟ ସଂସ୍ଥା , ମହାଜନ ମାନଙ୍କ ପାଖରୁ ଋଣ କରି ନିଜର ଚାଷ କାମ କରିଥାନ୍ତି । ଅନେକ ପରିଶ୍ରମ ସହିତ ଅନେକ ବାଧା ବିଘ୍ନ ସହି ଚାଷୀ କୁଳ ଆମ ପାଇଁ ମୁଠାଏ ଖାଦ୍ୟ ଯୋଗାଡ଼ କରିଥାଏ । କିନ୍ତୁ ବଡ଼ ଦୁଃଖର ବିଷୟ ଯେ କିଛି ଖଳ ପ୍ରକୃତିର ବ୍ୟବସାୟୀ ସମୟ ଓ ସୁଯୋଗ ଦେଖି ଚାଷୀ ମାନଙ୍କର ରକ୍ତ ଶୋଷଣ କରିବାରେ ଲାଗିଛନ୍ତି । ଏମିତି ଏକ ଘଟଣା ଆଜି ପାଇକମାଲ ରୁ ସାମନାକୁ ଆସିଛି । ବର୍ତ୍ତମାନ ଖୋଲା ବଜାରରେ ୟୁରିଆ ସାରର ଅଭାବର ସୁଯୋଗ ନେଇ ପାଇକମାଲ ର ତାୟଲ ସାର ଦୋକାନର ମାଲିକ କିଶୋର ଅଗ୍ରୱାଲ ୟୁରିଆ ବସ୍ତା ପିଛା ୨୬୬ ଟଙ୍କା ପରିବର୍ତ୍ତେ  ୪୬୦ ଟଙ୍କାରେ ବିକ୍ରି କରୁଥିବା ଜଣେ ଚାଷୀ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଉପରେ  ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଆମେ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲୁ   ଅଭିଯୋଗ ପାଇବା ପରେ ବରଗଡ଼ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଦିନବନ୍ଧୁ ଗାନ୍ଧୀ ଙ୍କର ନେତୃତ୍ୱରେ ଏକ ଟିମ ଆଜି ଦୀପହରେ କିଶୋର ଅଗ୍ରୱାଲ ଙ୍କର ଦୁଇ ଗୋଟି ସାରା ଗୋଦାମ ଉପରେ ଚଢ଼ାଉ କରି ଅଭିଯୋଗର ସତ୍ୟତା ଜାଣିବା ପରେ  ଦୁଇ ଶହ ଷାଠିଏ ବସ୍ତା ୟୁରିଆ ସାର ଜବତ କରିଥିଲେ । ଆଜିର ଏହି ରେଡ଼ ଓ ଜବତ ବିଷୟରେ ଜିଲ୍ଲାପାଳଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ ଓ ଜିଲ୍ଲାପାଳ ଙ୍କର ନିର୍ଦେଶ ପରେ କିଶୋର ଅଗ୍ରୱାଲ ଙ୍କର ଉପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ସାର ଓ କୃଷି ସାମଗ୍ରୀ ବଜାରରେ କଳାବଜାରୀ ନହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ କୃଷି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଭିଡିଓ କନଫରେନସିଂ ମାଧ୍ୟମରେ  କୃଷି ଅଧିକାରୀମାନଙ୍କୁ ତାଗିଦ କରିବା  ସହ ଚଢ଼ାଉ ପ୍ରକ୍ରିୟା ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ |  

 

Leave A Reply

Your email address will not be published.