ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ରେ ହଜାରେ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ଫୁଟାଇବା ସମ୍ଭବ ହୋଇପାରିଛି, ଯାହାକି ଏକ ବିରଳ ଫୁଲ ବୋଲି ଜଣା ପଡିଛି । ଏହି ବିରଳ ପଦ୍ମଫୁଲ ବଗିଚାରେ ଫୁଟାଇବା ରେ ସଫଳତା ହାସଲ କରିଛନ୍ତି ସମ୍ବଲପୁର କଲ୍ୟାଣ ନଗର ନିବାସୀ ଯୁବ ଉଦ୍ୟମୀ ସମାଜସେବୀ ସୁବ୍ରତ କୁମାର ନାଥ । ଶ୍ରୀନାଥଙ୍କ ଅନୁସାରେ ଏପରି ବିରଳ ପଦ୍ମଫୁଲ ଚେନ୍ନାଇ ଠାରେ ଦେଖିବାକୁ ମିଳେ, ସେଠାକାର ବ୍ୟବସାୟୀମାନେ ଏହାର ଚାରା ଚଢା ଦରରେ ବିକ୍ରି ମଧ୍ୟ କରନ୍ତି । ସାଧାରଣତଃ ପଦ୍ମଫୁଲ ୧୦୮ ପାଖୁଡା ବିଶିଷ୍ଟ ହୋଇଥିବା ବେଳେ ଆମେରିକା, ଥାଇଲାଣ୍ଡ, ଭିଏତନାମ ଭଳି ଦେଶ ଗୁଡିକରେ ପଦ୍ମ ଫୁଲ ଉପରେ ଗବେଷଣା କରି ୧ ହଜାର ପାଖୁଡା ବିଶିଷ୍ଟ ହାଇବ୍ରିଡ ପଦ୍ମଫୁଲ ଉତ୍ପାଦନ କରୁଛନ୍ତି। ସେହି ପ୍ରଜାତିର ପଦ୍ମଫୁଲ ଗୁଡିକର ଚାରା ଦେଶରେ ଚେନ୍ନାଇ ଠାରେ ଥିବା ଫୁଲ ବ୍ୟବସାୟୀ ମାନେ ଆଣି ଦେଶବ୍ୟାପି ବିକ୍ରି କରୁଥିବା ବେଳେ ତାଙ୍କର ଠାରୁ ଗତବର୍ଷ ଏକ ଚାରା କିଣିଥିବା ଯୁବ ସମାଜସେବୀ ଶ୍ରୀ ନାଥ ପ୍ରକାଶ କରନ୍ତି ।
Sign in
Sign in
Recover your password.
A password will be e-mailed to you.