ଅଯୋଧ୍ୟା ଠାରେ ଶ୍ରୀରାମ ମନ୍ଦିରର ଭୂମିପୂଜନର ପ୍ରସାଦ ବଣ୍ଟନ କଲା ସମ୍ବଲପୁର ବିଜେପି

0

         ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):ଦୀର୍ଘ ୫୦୦ ବର୍ଷର ଅପେକ୍ଷା, ଲଢେଇ, ସଂଗ୍ରାମ ଓ ବଳିଦାନ ପରେ ଆଜି ସନାତନ ଧର୍ମର ପୁରାଣରେ ସ୍ବର୍ଣ୍ଣିମ ଦିବସ ଲିପିବଦ୍ଧ ହୋଇଯାଇଛି । ଗତ ୨୦୧୯ ନଭେମ୍ବର ୯ ତାରିଖ  ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟାର ବିବାଦୀୟ ଜମି ପ୍ରସଙ୍ଗରେ ଦେଇଥିବା ଐତିହାସିକ ନିଷ୍ପତ୍ତି ପରେ ଦୀର୍ଘ ବର୍ଷର ବିଚାରବିଭାଗୀୟ ଲଢେଇ ର ଅନ୍ତ ହୋଇଥିଲା । ସମଗ୍ର ବିଶ୍ୱର ଶହ ଶହ କୋଟି ସନାତନ ଧର୍ମାବଲମ୍ବୀ ଙ୍କ ମଧ୍ୟରେ ଖେଳି ଯାଇଥିଲା ଖୁସିର ଲହରୀ । ସମସ୍ତ ସରକାରୀ ବିଧିବ୍ୟବସ୍ଥା ଓ ସତ୍ଵାଧିକାରର କାଗଜାତ ପ୍ରସ୍ତୁତି ପରେ ଘୋଷଣା କରାଗଲା ଯେ ଅଗଷ୍ଟ ୫ ରେ ଆୟୋଜିତ ହେବ ଭଗବାନ ଶ୍ରୀରାମ ଙ୍କର ଭବ୍ୟ ମନ୍ଦିର ର ଭୂମିପୂଜନ କାର୍ଯ୍ୟକ୍ରମ । ଏହି ଶୁଭ ଦିନ ର ଅପେକ୍ଷା ଓ ଉତ୍ସବ ପାଇଁ ପ୍ରସ୍ତୁତିରେ ଲାଗି ପଡିଥିଲେ କୋଟି କୋଟି ସନାତନ ଧର୍ମାବଲମ୍ବୀ । 

          ଏହି ଖୁସିର ଉତ୍ସବ ପ୍ରସ୍ତୁତିରୁ ବାଦ ପଡି ନାହିଁ ସମ୍ବଲପୁର ବିଜେପି । ଗତ ୩/୪ ଦିନ ହେଲା ସମ୍ବଲପୁର ବିଜେପି ପକ୍ଷରୁ ସମସ୍ତ ମଣ୍ଡଳ ରେ ତିଆରି କରାଚାଲିଥିଲା ଲଡୁ । କେବଳ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା ସତ ଗୋଟି ମଣ୍ଡଳ ରେ ପ୍ରସ୍ତୁତ ହଇଥିଲା ୨୦ କ୍ୱିଣ୍ଟାଲ ଲଡୁ । କୋଭିଡ କଟକଣା ଯୋଗୁଁ ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ, ପୂଜା ଅର୍ଚନା ବନ୍ଦ ରହିଛି । କୌଣସି ପ୍ରକାର ସଭାସମିତି, ଶୋଭାଯାତ୍ରା, ଉତ୍ସବ ଉପରେ ମଧ୍ୟ ରୋକ ଲାଗିଛି । ତେଣୁ ଆଜି ବିଜେପି କର୍ମୀ ଓ ସମର୍ଥକମାନେ ନିଜ ନିଜ ମଣ୍ଡଳ ରେ ରହିଥିବା ବିଭିନ୍ନ ଶ୍ରୀରାମ / ବୀର ହନୁମାନ ମନ୍ଦିରରେ ପ୍ରସ୍ତୁତ ଲଡୁ ମାନଙ୍କୁ ଭଗବାନଙ୍କୁ ସମର୍ପଣ କରି ଲୋକଙ୍କ ମଧ୍ୟରେ ପ୍ରସାଦ ସ୍ୱରୂପେ ବଣ୍ଟନ କରିଛନ୍ତି ।

        ଆଜି ପୂର୍ବାହ୍ନରେ ସମ୍ବଲପୁର ବୃକ୍ସହିଲ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ଆରମ୍ଭ ହୋଇଥିଲା ସମ୍ବଲପୁର ବିଜେପି ର କାର୍ଯ୍ୟକ୍ରମ । ସମ୍ବଲପୁର ବିଧାୟକ  ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ  ନାଉରି ନାଏକ, ଜିଲ୍ଲା ସଭାପତି  ଗିରିଶ ପଟେଲ ବିଜେପି ବରିଷ୍ଠ ସଦସ୍ୟ ଶଶୀ ଭୂଷଣ ତ୍ରିପାଠୀ ମନ୍ଦିର ବାହାରେ ଦୀପ ପ୍ରଜ୍ବଳନ କରି ପ୍ରସାଦ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ରାମ ଚନ୍ଦ୍ର ମେହେର ଙ୍କ ସହିତ ଜିଲ୍ଲା ସାଧାରଣ ସମ୍ପାଦକ *ଅନିଲ ବେହେରା, ବରିଷ୍ଠ କାର୍ଯ୍ୟକର୍ତ୍ତା ଫଣି ଭୂଷଣ ମିଶ୍ର କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ସାକ୍ଷୀଗୋପୀନାଥ ମଣ୍ଡକ ସଭାପତି ସରୋଜ କୁମାର ଘଡାଇ ଅଶ୍ୱିନୀ ମାଝୀ, ସୌମିତ୍ର ଜତି, ପିଣ୍ଟୁ ଓରାମ, ମୁନା ମୁଣ୍ଡା, ସନ୍ତୋଷ ସାହୁ, ରୁବେଲ ପ୍ରଧାନ, କାନ୍ତି ମେହେର, ଲକ୍ଷ୍ମୀ ଜେନା,  ସେବତୀ ପଟ୍ଟନାୟକ, ଲକ୍ଷ୍ମୀ ସାହୁ  ପ୍ରମୁଖ ସାମିଲ ଥିଲେ । 

       ତତ୍ ପଶ୍ଚାତ ନେତୃ ମଣ୍ଡଳୀ ସମ୍ବଲପୁର ଓକିଲ ସଂଘ କାର୍ଯ୍ୟାଳୟ କୁ ଯାଇ ସେଠାରେ ବାରିଷ୍ଟ ଆଇନଜୀବୀ  ସୁରେଶ୍ୱର ମିଶ୍ର, ସତ୍ୟ ନାରାୟଣ ପଣ୍ଡା ପ୍ରମୁଖ ଙ୍କ ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ ସଦସ୍ୟ ଓ ଅନ୍ୟାନ୍ୟ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଙ୍କୁ ଯାଇ ଡ଼.କନୱର ଵିଶାଲ ସିଂଙ୍କୁ ମିଷ୍ଟାନ୍ନ ପ୍ରଦାନ କରିଥିଲେ । ଏହା ପରେ ସମସ୍ତ ମଣ୍ଡଳ କୁ ଯାଇ ଲଡୁ ବଣ୍ଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

        ଆଜିର ସମ୍ବଲପୁର ବିଜେପି ପକ୍ଷରୁ ହୋଇଥିବା ଏହି ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ରେ ସମଲେଶ୍ବରୀ ମଣ୍ଡଳରେ ଶମ୍ଭୁ ବରେଲିଆ, ମହାନଦୀ ମଣ୍ଡଳରେ ସୁଶାନ୍ତ କୁମାର ପୁରୋହିତ, ବୀର ବିର୍ଶା ମୁଣ୍ଡା ମଣ୍ଡଳରେ ଗିରିଜା ସାହୁ ସାକ୍ଷୀଗୋପୀନାଥ ମଣ୍ଡଳରେ ସରୋଜ କୁମାର ଘଡାଇ ଧନୁପାଲି ମଣ୍ଡଳରେ ପ୍ରକାଶ ସାହୁ  ବୁର୍ଲା ମଣ୍ଡଳରେ ଜୟନ୍ତ କୁମାର ଦାଶ ହୀରାକୁଦ ମଣ୍ଡଳରେ ମନୋଜ କୁମାର ସ୍ୱାଇଁ ଏହି ସବୁ କାର୍ଯ୍ୟକ୍ରମ ମାନଙ୍କରର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.