“ଆଦର୍ଶ ମଣିଷ ହେବାକୁ ପ୍ରେରଣା ଦିଏ ଗଂଗାଧର ସାହିତ୍ୟ”

0

କର୍ମଭୂମି ବିଜେପୁରରେ ମେହେର ଜୟନ୍ତୀ

 ପଦ୍ମପୁର: ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଡିଜିଟାଲ ମାଧ୍ୟମରେ ସ୍ବଭାବ କବି ଗଂଗାଧର ମେହେରଙ୍କ ୧୫୮ତମ ଜୟନ୍ତୀ ସମାରୋହରେ ପାଳିତ ହୋଇ ଯାଇଛି। ସଭାପତି ନାଟ୍ୟକାର ମୋହନସିଂଙ୍କ ଅଧ୍ୟକ୍ଷତା ତଥା ଦିଲ୍ଲୀପ କୁମାର ଦେବତା, ରାଜେଶ୍ବର ବେହେରା, ହ୍ରୁଦମଣି ସାହୁଙ୍କ ସଂଯୋଜନାରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ମୁଖ୍ଯ ଅତିଥି, ପଦ୍ମଶ୍ରୀ ଡ. ହଳଧର ନାଗ ସ୍ବତନ୍ତ୍ର ପ୍ରତିଭା, ଅଧ୍ଯାପକ ଡ. ପ୍ରଦୀପ କୁମାର ପଧାନ ଓ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଆଲୋଚକ ଭାବେ ଯୋଗଦେଇ ଥିଲେ। ସୁସ୍ଥ ସମାଜ ଗଠନରେ ସୁମଣିଷର ଯଥେଷ୍ଟ ଆବଶ୍ଯକତା ରହିଛି। ଏକଥାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ଗଂଗାଧର। ତେଣୁ ତାଙ୍କର କାବ୍ୟ, କବିତାରେ ନୀତି, ଆଦର୍ଶର ବାର୍ତ୍ତା ଭରପୁର ରହିଛି। ସୁତରାଂ  ସୁମଣିଷ ହେବାକୁ ଗଂଗାଧର ସାହିତ୍ୟ ପ୍ରେରଣା ଦିଏ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଉପସଭାପତି ଦିଲ୍ଲୀପ କୁମାର ଦେବତା ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। କଣ୍ଠଶିଳ୍ପୀ ପ୍ରଶାନ୍ତ ପଧାନ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। କୋଷାଧ୍ୟକ୍ଷ ଦେବାଶିଷ ମେହେର ଧନ୍ଯବାଦ ଅର୍ପଣ କରିଥିଲେ। ପରେ ଆଶୁତୋଷ ମହାପାତ୍ରଙ୍କ ସଂଯୋଜନାରେ କବିତା ଆସର: କବି ମନର କଥା ଆୟୋଜିତ ହୋଇଥିଲା। ଏଥିରେ କ୍ରାନ୍ତିକବି ହରିଲାଲ ସାହୁ, ଅଧିକାରୀ ସା, ଈଶ୍ବର ମେହେର, ଜଗନ୍ନାଥ ପଧାନ, ମାନିନୀ ମେହେର, ଅହଲ୍ୟା ପଧାନ, ରାମ ପ୍ରସାଦ ବାଗ କବିତା ପାଠ କରିଥିଲେ। ପ୍ରତ୍ୟୁଷରୁ ସ୍ଥାନୀୟ ମେହେର ମଧ୍ଯପଡା ସ୍ଥିତ ଗଂଗାଧରଙ୍କ ପ୍ରତିମୂର୍ତ୍ତିରେ ଭୁଲିଆ ସମାଜର ସଭାପତି ଶିବ ମେହେର, ମୋହନସିଂ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ଦିଲ୍ଲୀପ କୁମାର ଦେବତା, ରାଜେଶ୍ବର ବେହେରା, ହ୍ରୁଦମଣି ସାହୁ, ଅହଲ୍ୟା ପଧାନ, ଯୁବକବି ଦେବାଶିଷ ମେହେର, ରାଜୁ ବେହେରା, ସାମ୍ବାଦିକ ଜିତେନ୍ଦ୍ରିୟ ମେହେର ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସେହିପରି ମେହେର ମଧ୍ଯପଡା ପକ୍ଷରୁ ପୂର୍ବାହ୍ନରେ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

Leave A Reply

Your email address will not be published.