କୋରୋନା ବିପତ୍ତି ସମୟରେ ଜନସେବା ନିମନ୍ତେ ଡାକ୍ତରଙ୍କୁ ସମ୍ମାନ ଜ୍ଞାପନ କଲେ ସଂଗଠନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଆଜି ସକାଳ ୯ ଟାରେ ଝାରସୁଗୁଡ଼ାର କାଲିବାଡ଼ିର କାଲିମନ୍ଦିର ପରିସରରେ ସରବାହାଲସ୍ଥିତ ଜେଡିଏସ୍ ମଲ୍ଟି ସ୍ପେସିଆଲିଟି ହୋମିଓପାଥିକ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଦ୍ବାରା  କୋରୋନା ରୋଗ ପାଇଁ ହୋମିଓପାଥି ଇମ୍ୟୁନିଟି ବୁଷ୍ଟର ଔଷଧ ମାଗଣାରେ ବଣ୍ଟନ କରାଯାଇଥିଲା। ଏହି ଅବସରରେ ପ୍ରାୟ ୧୩୦୦ ଜଣଙ୍କୁ ଏହି ପ୍ରତିଷେଧକ ଯୋଗାଇ ଦିଆଯିବାର ସୂଚନା ମିଳିଛି। 

ଏହିପରି ମହାନ କାମକୁ କାଲିବାଡ଼ି ଦୂର୍ଗା ପୂଜା କମିଟି ପକ୍ଷରୁ ପ୍ରଶଂସା କରାଯିବା ସହ ଏହାର ସଂସ୍ଥାପକ ଡାକ୍ତର ଶ୍ରୀ ଦେଶଲୋକ ଶର୍ମା ଓ ଜନସାଧାରଣଙ୍କ ସେବାକୁ ବ୍ରତ ଭାବରେ ଗ୍ରହଣ କରିଥିବା ତାଙ୍କ ପୁତ୍ର ଡାକ୍ତର ଶ୍ରୀ ଜିତେଶ ଶର୍ମାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଝାରସୁଗୁଡ଼ା ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ତାପସ କୁମାର ରାୟ ଚୌଧୁରୀ, ସୁନୀଲ ଚକ୍ରବର୍ତ୍ତୀ, ସପନ ରକ୍ଷିତ, ନିହାର ତ୍ରିପାଠୀ, ଆଶିଷ ଭଟ୍ଟାଚାର୍ଯ୍ୟ,ସନ୍ଦିପ ଅୱସ୍ଥି, ଉଜ୍ଜଳ ଚାଟ୍ଟାର୍ଜୀ , ଉଜ୍ଜ୍ବଳ ଘୋଷ, ଅରୁଣ ଚଇନି, ଏନ ସତୀଶ, ଗଣେଶ ରାଜୁ, ମଧୁ ମିତ୍ର, ବିକାଶ ରେ, ନାରାୟଣ କର୍ମକାର, ତୁଷାର ସେନ, ଭିକୁ ତିୱାରୀ, ବାବୁନ ସରକାର, ରଣଜିତ ରେ, ରିତେଶ ଶର୍ମା ପ୍ରଭୃତି ଉପସ୍ଥିତ। ଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ଅପର୍ଣ୍ଣା ଭୌମିକ ଏବଂ ସୁଶ୍ରୀ ରୁପାଞ୍ଜଳି କିଶାନ ପରିଚାଳନା କରିଥିଲେ।

Leave A Reply

Your email address will not be published.