ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

9

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃପୀଠର ପ୍ରତିଷ୍ଠା ଦିବସ ଅବସରରେ ଏକ ଆକର୍ଷଣୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଯାଇଛି।
ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ଅଧ୍ୟୟନ କରିଥିବା ବିଷୟବସ୍ତୁ ଏବଂ ବିଜ୍ଞାନ ପରୀକ୍ଷାଗାରରେ ନିଜେ କରିଥିବା ବିଭିନ୍ନ ପରୀକ୍ଷଣକୁ ଆଧାର କରି ପ୍ରାୟ ୬୦ଟି ଆକର୍ଷଣୀୟ ପ୍ରକଳ୍ପ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ସୃଜନଶୀଳତା , ବୈଜ୍ଞାନିକ ଚିନ୍ତାଧାରା ଓ ଗବେଷଣାମୂଳକ ମନୋଭାବ ଏହି ପ୍ରଦର୍ଶନୀରେ ପ୍ରତିଫଳିତ ହୋଇଥିଲା।
ଏହି ଅବସରରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ୱାଇ. କ୍ରିଷ୍ଣା ରାଓ ମୁଖ୍ୟ ଅତିଥି , ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଏନ୍. ବିମଳ ସମ୍ମାନିତ ଅତିଥି ଏବଂ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମନୋଜ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନର ଉପଯୋଗିତା , ଗବେଷଣା ଓ ନୂତନ ଉଦ୍ଭାବନ ସମ୍ପର୍କରେ ଉତ୍ସାହଜନକ ମାର୍ଗଦର୍ଶନ ଦେବା ସହ ପ୍ରଦର୍ଶନୀରେ ସ୍ଥାନିତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷା , ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି ବିଜ୍ଞାନ ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ଅନୁସନ୍ଧାନମୂଳକ ଚିନ୍ତାଧାରା ବୃଦ୍ଧି କରିବାରେ ଏକ ଉତ୍ତମ ମାଧ୍ୟମ ପାଲଟିଥିଲା।

Leave A Reply

Your email address will not be published.