କୋରନା ଛଡେଇନେବ ଟ୍ୟାକ୍ସି ଚାଳକଙ୍କ ଜୀବିକା , ଏଆରପୋର୍ଟ ଦ୍ୱାରା ସ୍ଥାନୀୟ ଚାଳକଙ୍କୁ ଅବହେଳା

0

ଝାରସୁଗୁଡ଼ା :(ସୁଭାଷ ସହାରେ):ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ  ବିମାନବନ୍ଦରରେ ଓଡିଶା ମୋଟର ଚାଳକ ସଂଘ  ଟାକ୍ସି ଚାଳକ ମାନେ ଏବେ ଜୀବିକା ହରାଇବାକୁ ଯାଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କୁ ଇମେଲ ମାଧ୍ୟମରେ ପ୍ରଦାନ କରିବା ସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦୃଷ୍ଟି ଆକର୍ଷଣ କରି ଦାବିପତ୍ର ଦେଇଥିବାର ଦେଖିବାକୁ ମିଳିଛି  । ଗତ ୨୬ ତାରିଖ ଠାରୁ ବିମାନବନ୍ଦର ଠାରେ ଏକ ଘରୋଇ ଟାଙ୍କି ସଂସ୍ଥାକୁ ପ୍ରିପେଡ୍ ଟ୍ୟାକ୍ସି ଚାଳନା ପାଇଁ ଅନୁମତି ପ୍ରଦାନ କରାଯିବା ପରେ ପୂର୍ବରୁ ବ୍ୟାକ୍ସି ସେବା ଯୋଗାଇ ଆସୁଥିବା କାର୍ ଚାଳକଙ୍କୁ ବିତାଡ଼ିତ କରାଯାଉଛି । ବିମାନବନ୍ଦର ପଦାଧିକାରୀଙ୍କ ସହ ସଂପୃକ୍ତ ସଂସ୍ଥାର କର୍ମକର୍ତ୍ତା ମାନେ ମିଶି ଟାକ୍ସି ଚାଳକ ମାନଙ୍କୁ ବିମାନବନ୍ଦର ପରିସରରେ ଗାଡ଼ି ନ ଲଗାଇବା ତଥା ସେହି ସ୍ଥାନ ଛାଡ଼ି ଯିବାକୁ କହୁଥିବା ଅଭିଯୋଗ ହୋଇଛି । ଗତ ୨୦୧୯ ମାର୍ଚ୍ଚ ୩୧ ତାରିଖ ଠାରୁ ସଂପୃକ୍ତ ଟ୍ୟାକ୍ସି ଚାଳକମାନେ ଏଠାରେ ଯାତ୍ରୀ ମାନଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ଆଜି ସେମାନଙ୍କୁ କରୋନା କଟକଣା ଜନିତ ଦୁର୍ଦ୍ଦିନରେ କାହିଁକି ଅଲୋଡ଼ା କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି । ତୁରନ୍ତ ସେମାନଙ୍କର ସମସ୍ୟାର ସମାଧାନ କରିବାକୁ ବିମାନବନ୍ଦର କର୍ତ୍ତପକ୍ଷଙ୍କୁ ସେମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.