ବନ ସୁରକ୍ଷା ସମିତି ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ

0

ଝାରସୁଗୁଡା / ସୁବାଷ ସାହାରେ :କେଲେଡା ବନ ସୁରକ୍ଷା ସମିତି ତରଫରୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ବନ ସୁରକ୍ଷା ସମିତିର ସଭାପତି ମାଣିକ କିସାନଙ୍କ ଅଧକ୍ଷତାରେ ଗ୍ରାମର ପ୍ରତ୍ୟେକ ପଡ଼ାରେ ବୁଲି ବୁଲି ଲୋକମାନଙ୍କୁ ସଚେତନତା କରାଇବା ସହିତ ଲୋକମାନଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ କୋଲାବିରା ବନାଞ୍ଚଳ କ୍ଷେତ୍ର ପରିଚାଳନା କାର୍ଯ୍ୟାଳୟର ଟିମ ଲିଡର ଶ୍ରୀ ଦୁର୍ଯ୍ୟୋଧନ ପ୍ରଧାନ, ଉର୍ନ୍ନୟନ ଅଧିକାରିଣୀ ଉଷାରାଣୀ ବେହେରା, ବନ ସହାୟକ ଶ୍ରୀ ଲଳିତ ଓରାମ, ବନ ସହାୟିକା ଶ୍ରୀମତୀ ଜ୍ୟାଜ୍ଞସିନି ବାଗ, ଗୋଷ୍ଠୀର ସଭ୍ୟା, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.