ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଳକ ଗଉଡ ପାନପାଳି ପଞ୍ଚାୟତ ନିକଟସ୍ଥ ଦକ୍ଷିଣ ପୂର୍ବ ରେଳପଥର ଧୁତରା ଓ ବାଗଡିହି ରେଳଷ୍ଟେସନ ମଧ୍ୟରେ ଥିବା ଅଗ୍ରିଆ ବାଗଡିହର ଫାଟକ କ୍ରମାଙ୍କ ୨୫୧ କୁ ଗତ ତା. ୨୫/୭/୨୦୨୦ ଶନିବାର ଦିନ ଠାରୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଥିବାରୁ ଆଖପାଖ ଅଞ୍ଚଳର ଲୋକମାନେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଉକ୍ତ ଦିବସରେ ଚକ୍ରଧରପୁର ଡିଆରଏମ ଏହି ଅଞ୍ଚଳ ଗସ୍ତ କରି ଧୁତରାରୁ ବାମରା ପର୍ଯ୍ୟନ୍ତ ୨୭ କିମି ତୃତୀୟ ରେଳପଥକୁ ଉଦଘାଟନ କରିବା ବେଳଠାରୁ ଏହି ଫାଟକ କୁ ବନ୍ଦ କରିଥିବାର ଆଖପାଖ ଅଞ୍ଚଳବାସୀ ଅଭିଯୋଗ କରିଥିଲେ । ରେଳଫାଟକ ୨୫୧ ର ବନ୍ଦ ସମସ୍ୟାକୁ କିପରି ଭାବରେ ସମାଧାନ କରାଯାଇ ପାରିବ ସେ ବାବଦରେ ଅଦ୍ୟ ତା. ୩୧/୦୭/୨୦୨୦ ଶୁକ୍ରବାର ଦିନ ଫାଟକ ନିକଟକୁ ଆସିଥିବା ରେଳବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ବେଳେ ଫାଟକଟି ବନ୍ଦ ହେବା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇ ଯାହାଯାହା ଅସୁବିଧା ହେଉଛି ତାହା ଆସିଥିବା ରେଳ ଅଧିକାରୀଙ୍କୁ ଅଞ୍ଚଳବାସୀ ଅବଗତ କରାଇଥିଲେ । ଏହା ସହିତ ସମସ୍ୟାର ସମାଧାନ ନିମନ୍ତେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଙ୍କୁ ଅବଗତି କରିଥିଲେ । ଉକ୍ତ ଆଲୋଚନାରେ ଭାରତୀୟ ଜନତା ପାର୍ଟିର ଦିନେଶ ଜୈନ, ନବଳ ଅଗ୍ରୱାଲ, ଅଞ୍ଚଳରୁ ଅରୁଣ ପାଣ୍ଡେ, ଯୁଧିଷ୍ଠିର ପଟେଲ, ରମେଶ ପଟେଲ, ସୁରୁ କର୍ତା, ସୁଦର୍ଶନ ରାଉତ, ମହେନ୍ଦ୍ର ମୁଣ୍ଡା, ଉପେନ୍ଦ୍ର ସୁନାନୀ, ରୁଷୁ ବୁଡା, ସୁଷମା ନାଏକ, ଦେବକୀ ମହାନନ୍ଦ, ସବିତା ସୁନାନି, ପୁଷ୍ପା ନାଏକ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.