ଜୟପୁର(ଏଜେନ୍ସି) ରାଜସ୍ଥାନ ରାଜନୀତି ଅନିଶ୍ଚିତତା ଭିତରେ ଗତି କରିଥିବା ବେଳେ ବିଏସପିର ୬ ବିଧାୟକଙ୍କ କଂଗ୍ରେସରେ ବିଲୟକୁ ନେଇ ଟାଣ ଓଟରା ଚାଲିଛି | ଏହାକୁ ବିଜେପି ବେଆଇନ ବୋଲି କରୁଥିବା ବେଳେ ତା ଜବାବ ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ | ସେ କହିଛନ୍ତି ” ବିଜେପି ଟିଡିପିର ୪ ଜଣ ସାଂସଦଙ୍କୁ ରାତାରାତି ରାଜ୍ୟସଭାରେ ବିଜେପିରେ ବିଲୟ କରାଇଦେଲା , ସେଇ ବିଲୟ ଠିକ | ରାଜସ୍ଥାନରେ କଂଗ୍ରେସ ବିଏସପିର ୬ ବିଧାୟକଙ୍କୁ ନିଜ ଦଳରେ ବିଲୟ କଲା, ସେଇଟା ଭୁଲ !!! ବିଜେପିର ଚରିତ୍ର ଚେହେରା କୁଆଡେ ଗଲା? ରାଜ୍ୟସଭାରେ ବିଲୟ ହେବା ଠିକ୍ ଏବଂ ଏଠାରେ(ରାଜସ୍ଥାନରେ) ବିଧାୟକଙ୍କ ବିଲୟ ହେବା କେମିତି ଭୁଲ ହେଇଗଲା” ବୋଲି ଆଜି ପ୍ରକାଶ କରିଛନ୍ତି ରାଜସ୍ଥାନ ମୁକଜ୍ୟମନ୍ତ୍ରୀ ଶ୍ରୀ ଗେହଲୋଟ୍ |
Sign in
Sign in
Recover your password.
A password will be e-mailed to you.