ପଦ୍ମପୁର ବଣିକ ସଂଘ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର 

0

ଦୋକାନ ବଜାର ସ୍ୱାଭାବିକ ଭାବେ ଖୋଲିବାକୁ ଅନୁମତି ଦେବାପାଇଁ କଲେ ଅନୁରୋଧ 

ପଦ୍ମପୁର- ଚିର ମରୁଡି ପ୍ରପିଡିତ ଅଂଚଳ ଭାବେ ପଦ୍ମପୁର ସବଡିଭିଜନ ଟି ବେଶ ଭଲଭାବରେ ଓଡିଶା ମାନଚିତ୍ର ରେ ଅଦ୍ୟାବଧି ରହିଆସିଛିା ବର୍ତମାନ ବର୍ଷା ର ପରିମାଣ କମ ହେବାରୁ ଚାଷକାର୍ଯ୍ୟ ରେ ଅନେକ ବାଧା ଉପୁଜିବା ସଂଗେ ସଂଗେ ମହାମାରୀ କରୋନା ର ପ୍ରାଦୃଭାବ ରେ ଆଜି ସମସ୍ତ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଚାଲିଛନ୍ତିା କୋଭିଡ-୧୯ ଯୋଗୁଁ ଆଜକୁ ୪ ମାସ ହେବ କେନ୍ଦ୍ର ସରକାର ହେଉ ବା ରାଜ୍ୟ ସରକାର ହୁଅନ୍ତୁ ତାଙ୍କର ଆଦେଶ ଅନୁଯାୟୀ କେତେବେଳେ ସଟ ଡାଉନ ତ କେକେବେଳେ ଲକଡାଉନ କୁ ସମ୍ମାନ ଜଣାଇ ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ଏଣୁ ଆଜି କେନ୍ଦ୍ର ସରକାରଙ୍କ ଅନଲକ ପ୍ରକ୍ରିୟା ଓ ରାତ୍ରିକାଳିନ କର୍ଫ୍ୟୁ ଯେହେତୁ ଉଠାଇଦେଇଛନ୍ତି ତାକୁ ଆଖି ଆଗରେ ରଖି ଦୋକାନ ବଜାର ସ୍ୱାଭାବିକ ଭାବେ ପୂର୍ବ ରୁ ଯେମିତି ଖୋଲା ଯାଉଥିଲା ସେଭଳି ଖୋଲିବାକୁ ଅନୁମତି ଦିଆଯାଉ ବୋଲି ପଦ୍ମପୁର ବଣିକ ସଂଘ ପକ୍ଷରୁ ବରଗଡ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ୍ କୁ ପ୍ରଦାନ କରିଛନ୍ତିା

Leave A Reply

Your email address will not be published.