ପଦ୍ମପୁର:- କରୋନା ମହାମାରୀ ପାଇଁ ପର୍ଯ୍ୟାୟ କ୍ରମେ କେନ୍ଦ୍ର ଓ ରାଜ୍ୟସରକାର ଲକ ଡାଉନ ସମେତ ବିଭିନ୍ନ ଦିଗକୁ ଦେଖି ଜନଜୀବନ ରକ୍ଷା ଉଦ୍ଦେଶ୍ୟ ରେ ସଟଡାଉନ ଘୋଷଣା ସ୍ୱାଗତଯୋଗ୍ୟ ପଦଯେପ ମାନ ନେଇଚାଲିଛନ୍ତି । ହେଲେ ନିରିହ ଗରିବ ଖଟିଖିଆ ଦିନ ମଜୁରିଆ କାମ ଧନ୍ଦା ନ ପାଇ ବର୍ତମାନ ସର୍ବଶାନ୍ତ ହୋଇ ପଡିଥିବାବେଳେ ବୋଝ ଉପରେ ନଳିତାବିଡା ସଦୃଶ ଗରିବ ଲୋକଙ୍କୁ ଋଣ ଆକାର ରେ ଦେଇଥିବା କେତେକ ବେସରକାରୀ ସଂସ୍ଥା ଗ୍ରାମାଂଚଳ ମାନଙ୍କୁ ଯାଇ ଟେଲିଫୋନ ରେ ଧମକଚମକ ଦେଇ ଋଣ ଅସୁଲି ରେ ଲାଗିପଡିଛନ୍ତିା ବର୍ତମାନ ସ୍ଥିତି ରେ କାହାରି ହାତରେ ଟଙ୍କାପଇସା ନଥିବା ବେଳେ ଲୋକେ ଋଣ ଆଣିଥିବା ଟଙ୍କା ପରିଶୋଧ କରି ପାରିବେ କେମିତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛିା ଏ ନେଇ ଆଜି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନଙ୍କ କାର୍ଯ୍ୟାଳୟ ରେ ନିକଟସ୍ଥ ଦେଉଲୀ ଗ୍ରାମର କେତେକ ମହିଳା ଅଭିଯୋଗ ପ୍ରଦାନ ସହ ଲେଖିଜଣାଇଛନ୍ତିାଲକଡାଉନ କିମ୍ବା ସଟଡାଉନ ଥିବା ଯାଏ ଋଣ ଲଗାଣକାରୀ ସଂସ୍ଥା ମାନଙ୍କୁ ଆକଟ କରିବାକୁ ଉପଜିଲ୍ଲାପାଳ ଙ୍କୁ ଲେଖିଜଣାଇଛନ୍ତିା
Sign in
Sign in
Recover your password.
A password will be e-mailed to you.
Prev Post