ଉତ୍କଳ ଉପବନ ହେଲା ଲିଲାରୀ ଖଣି : ରାଜ୍ୟ ଓ ଜିଲ୍ଲାରେ ପ୍ରଥମ ଖଣି ପର୍ଯ୍ୟଟନ ସ୍ଥଳୀ ।

0

ଝାରସୁଗୁଡ଼ା :(ସୁଭାଷ ସହାରେ) ଉତ୍କଳ ଉପବନ ହେବ ଲିଲାରୀ ଖଣି । ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲକ୍ଷନ ପୁର ବ୍ଲକ ରେ ଲିଲାରୀ ଖଣି ପର୍ଯ୍ୟଟନ ସ୍ଥଳୀ ହେବାକୁ ଯାଉଛି ।ଏହି ପର୍ଯ୍ୟଟନ ସ୍ଥଳୀ କୁ ଉତ୍କଳ ଉପବନ ନାମରେ ନାମିତ କରାଯାଇଛି ।ରାଜଧାନୀ ଦିଲ୍ଲୀ ରେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ  ଶାହ ବୃକ୍ଷ ରୋପଣ କରି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ତାଙ୍କ ସହ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଉପସ୍ଥିତ ଥିଲେ ।ଏମସିଏଲ  କ୍ଷେତ୍ର ରେ ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଉପସ୍ଥତି ଥିଲେ  । ରାଜ୍ୟର ବୃହତ ଖଣି ପର୍ଯ୍ୟଟନ ସ୍ଥଳୀ ଭାବରେ ଏମସିଏଲ କତ୍ତୃପକ୍ଷ ଲଖନପୁର ଖଣି କ୍ଷେତ୍ର ଅନ୍ତର୍ଗତ ଲିଲାରୀ ଖଣି କୁ ୧୫ କୋଟି ବ୍ୟୟ ଅଟକଳ ରେ ପ୍ରସ୍ତାବ ରହିଥିଲାବେଳେ ୨୫ କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାର ସୂଚନା ମିଳିଛି ।ଏହି ପର୍ଯ୍ୟଟନ ସ୍ଥଳୀ କୁ ମୁଚବାହାଲ ଛକ ଠାରୁ ରାସ୍ତା ନିର୍ମାଣ, ବୋଟିଂ କ୍ଲବ, ଆଧୁନିକ ପାର୍କ, ଫଳ ବଗିଚା, ବୃକ୍ଷ ରୋପଣ ସବୁଜିମା, ଟ୍ରଏ ଟ୍ରେନ, ସାଇକେଲ ଟ୍ରାକ, ଶୌଚାଳୟ, ବସିବା ଷ୍ଟଲ, କଟେଜ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳଯୋଗାଣ, ପିକନିକ ପାଇଁ ସ୍ୱତନ୍ତ୍ର ସ୍ଥାନ, ଛୋଟ ପୋଖରୀ, ଖାଇବା ଷ୍ଟଲ, ଇତ୍ୟାଦି ପ୍ରଥମ ପର୍ଯ୍ୟାୟରେ କରିବାକୁ ସ୍ଥିର କରାଯାଇଛି ।ଏହା ଅତ୍ୟାଧୁନିକ ପାର୍କ ଭାବରେ ବେଶ ପରିଚିତ ହେବ । ୪ କିଲୋମିଟର ରାସ୍ତା ସହ ପ୍ରାୟ ୫୦୦ଏକର ଜମିରେ ଏହି ପର୍ଯ୍ୟଟନ ସ୍ଥଳୀ ନିର୍ମାଣ ହେବ ବୋଲି ସୂଚନା ମିଳିଛି ।ଏହି ଉଦ୍ଘାଟନ ସମୟରେ ଉପଜିଲ୍ଲାପାଳ ଶିବ ଟପ୍ପୋ, ଡିଏଫଓ ଲଳିତ କୁମାର ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ସାମଲ ନାୟକ, ଏମ ପି ନୋମିନି ରଘୁନନ୍ଦନ ପଣ୍ଡା, ଏମ ସି ଏଲ ସ୍ଥାନୀୟ ମହାପ୍ରବନ୍ଧକ ଅରୁଣ କୁମାର ସ୍ଵର୍ଣକର ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.