ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡା ଜିଲ୍ଲା ରେ ୨୦୦ ପାର କରନା ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ।ଲୋକେ ପ୍ରଶାସନ କୁ ଖାତିର ନ କରି ବାରମ୍ବାର ନିୟମ ଉଲ୍ଲଂଘନ କରିଚାଲିଛନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖାଦେଇଛି ସ୍ଥାନୀୟ ଶୁକ୍ରବାର ସାପ୍ତାହିକ ହାଟ ରେ ସାମାଜିକ ଦୂରତା, ଅଧିକ ଲୋକେ ମହିଳା ମାନେ ବିନା ମାସ୍କରେ ହାଟ କରିବାକୁ ଆସୁଥିବାର ସ୍ପଷ୍ଟ ଦେଖିବାକୁ ମିଳୁଛି ।ଏହି ଶୁକ୍ରବାର ବଜାର ବହୁ ପୁରୁଣା ବଜାର ହେଲେ ଏହି ବଜାରରେ କୌଣସି ନିୟମ ଅନୁସାରେ ଗ୍ରାହକ ଓ ବିକ୍ରେତା କଟକଣା ମାନୁ ନାହାନ୍ତି କାରଣ ଯିଏ ଯେଉଁଠାରେ ଦୋକାନ ଖୋଲି ବସିଯାଉଛି ପ୍ରଶାସନ କରନା ଆରମ୍ଭ ରେ ତାଗିଦ କରି କଠୋର ବାଣୀ ଦେଇ ସବୁ କିଛି ସଜାଡି ଦେଇଥିବା ବେଳେ ଏବେ ଦିନକୁ ଦିନ ଏମାନେ ବିନା କୌଣସି ମାର୍ଗ ଦର୍ଶିକା ପାଳନ କରି ବ୍ୟାପାର ଚଳେଇଛନ୍ତି ଯାହାଦ୍ୱାରା କରନା ସଂକ୍ରମଣ ର ସମ୍ଭାବନା ବଢିବାକୁ ଚାଲିଛି । ତେଜରାତି ଦୋକାନ, ଔଷଧ ଦୋକାନ, ଜଳଖିଆ ହୋଟେଲ,କପଡା ଦୋକାନ, ଅନ୍ୟ ସବୁ ଦୋକାନରେ ବାରମ୍ବାର ଅଧିକାରୀ ଓ ପୋଲିସ ଦ୍ୱାରା ସାମାଜିକ ଦୂରତା ଓ ମାସ୍କ ଅନ୍ୟ ଜିନିଷ ପାଇଁ ପ୍ରଶାସନ ତଣ୍ଡ ସଂଗ୍ରହ କରୁଥିବାର ଦେଖିବାକୁ ମିଳିଛି କିନ୍ତୁ ଶୁକ୍ରବାର ବଜାର ରେ ଏହାର ବିପରୀତ କେହି ଅଧିକାରୀ କିମ୍ବା ପୋଲିସ ଏଠି ସ୍ଥିତି ବୁଲି ଦେଖୁ ନାହାଁନ୍ତି କି ଆଖି ଦିଶୁଥିବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ଯାହାଦ୍ୱାରା ଆଗାମୀ ଦିନରେ କରନା ରୋଗୀ ଙ୍କ ସମ୍ପର୍କୀୟ କିମ୍ବା ଟିଏମ୍ସି କେନ୍ଦ୍ର ରେ ରହୁଥିବା ପ୍ରବାସୀଙ୍କ ସମ୍ପର୍କୀୟ ଏହି ଅଞ୍ଚଳରେ ବୁଲୁ ନ ଥିବା କହି ହେବ ନାହିଁ କିମ୍ବା ତାଙ୍କର ଦ୍ୱାରା ସଂକ୍ରମଣ ବ୍ୟାପିବା ବଡ଼ କଥା ନୁହେଁ ବୋଲି ବହୁ ବୁଦ୍ଧିଜୀବି ଆଲୋଚନା କରିବାର ଦେଖିବାକୁ ଶୁଣିବାକୁ ମିଳୁଛି ।ଯଦି ଅନ୍ୟ ଜାଗାରେ କଟକଣା କରୁଥିଲେ ଏହି ଅଞ୍ଚଳରେ ମଧ୍ୟ ଚରମ ବାଣୀ ପ୍ରଶାସନ ଦ୍ୱାରା ନ ଶୁଣେଇବା ପର୍ଯ୍ୟନ୍ତ ଅମାନିଆ ବ୍ୟାପାରି ଓ ଗ୍ରାହକ ମାନେ ସୁଧୁରିବେ ନାହିଁ ଏବଂ ଦିନକୁ ଦିନ ଏମାନେ କରନା ବଢ଼େଇବାରେ ବିଶେଷ ଯୋଗଦାନ କରିବେ ବୋଲି କହିବା ଭୁଲ ହେବ ନାହିଁ ।
Sign in
Sign in
Recover your password.
A password will be e-mailed to you.