ବିପିନ୍ ଚନ୍ଦ୍ର ମାଳବିଷୋୟୀଙ୍କ ବିୟୋଗରେ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍. ଉଦୟଗିରି ନିବାସୀ ଜୈନିକ ସାଂସ୍କୃତିକ ବ୍ୟକ୍ତିତ୍ୱ ବିପିନ୍ ଚନ୍ଦ୍ର ମାଳବିଷୋୟୀଙ୍କ ଆଜି ସକାଳେ ହଠାତ୍ ହୃଦଘାତରେ ପରଲୋକ ହୋଇଯାଇଛି। ସେ ବ୍ରହ୍ମପୁର ବିସିସି ବ୍ୟାଙ୍କର ବରିଷ୍ଠ କିରାଣୀ ଭାବେ ଅବସର ନେଇ ଗଜପତି ଜିଲ୍ଲାରେ ବ୍ୟାପକ ସାଂସ୍କୃତିକ ଆନ୍ଦୋଳନ ରେ ପୁରୋଧା ଥିଲେ। ଏହି ମହାନ୍ କଳାକାରଙ୍କର ଅକାଳ ବିୟୋଗରେ ଗଜପତି ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶା ସାଂସ୍କୃତିକ ଜଗତର ବୃହତ୍ କ୍ଷତି ଘଟିଛି। ତାଙ୍କର ଅମର ଆତ୍ମାର ସଦଗତି କାମନା ପୂର୍ବକ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଙ୍ଘର ସମ୍ପାଦକ ମନୋଜ କୁମାର ପାଢ଼ୀଙ୍କ ଆବାହନ କ୍ରମେ ମୋବାଇଲ ସଂଯୋଗୀ କରଣ ଯୋଗେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।

 ଏଥିରେ ଜିଲ୍ଲା ବରିଷ୍ଠ କଳାକାର ସଂଘର  ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଉପ-ସଭାପତି ନୃସିଂହା ନନ୍ଦ ପାଣିଗ୍ରାହୀ , ଭାରତ ଭୂଷଣ ମହାନ୍ତି , ଅନ୍ୟତମ ସମ୍ପାଦକ ଆଦର୍ଶ ଦାଶ , ଏମ୍ . ପୃଥ୍ୱୀରାଜ , ବିଚିତ୍ରା ନନ୍ଦ ବେବର୍ତ୍ତା , ତ୍ରିପତି ପଣ୍ଡା , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ରଜତ ପାତ୍ର ସେମାନଙ୍କର ବାକ୍ ଶ୍ରଦ୍ଧା ସୁମନ ପ୍ରଦାନ କରିଥିଲେ।

Leave A Reply

Your email address will not be published.