ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ: ଜୁଲାଇ ମାସର ଦ୍ଵିତୀୟ ସଟଡାଉନର ଦ୍ଵିତୀୟ ସପ୍ତାହର ପ୍ରଥମ ଏବଂ ଦ୍ଵିତୀୟ ଦିନ ୧୧/୦୭/୨୦୨୦, ୧୨/୦୭/୨୦୨୦ ତାରିଖ ଶନିବାର ଏବଂ ରବିବାର ଦିନ ସମଗ୍ର ଘୁ.ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଜନଶୂନ୍ୟ ହୋଇ ଥିବାର ଦେଖା ଦେଇଛି I ପ୍ରଶାସନର ନିର୍ଦ୍ଧେଶକୁ ମାନି କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସହଯୋଗ କରିଛନ୍ତି ଅଞ୍ଚଳ ବାସୀ I ଏହି ସଟଡାଉନ ସମୟରେ ବନ୍ଧ ଛକ, ଗାନ୍ଧୀ ଛକ, ଗୋଲାସାହି ଛକ, ନେହେରୁ ମାର୍କେଟ ଛକ, ପାୱାର ହାଉସ ଛକ, ଗୌଡ଼ ସାହି ଛକ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଛକ, ଶ୍ରୀରାମପଦା ଛକ, ଏଟିଏମ ଛକ ଇତ୍ୟାଦି ଜନଗହଳି ସ୍ଥାନ ଗୁଡିକରେ ଜଣେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଦେଖିବାକୁ ମିଳିନାହିଁ I ଏହା ସହ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି I କେବଳ ଜରୁରୀ କାଳୀନ ସେବା ଯୋଗାଉ ଥିବା ଔଷଧ ଦୋକାନ ଖୋଲା ରହିଥିବାର ଦେଖା ଦେଇଛି I ରାଜ୍ୟ ରାଜପଥ ଏବଂ ଗଳିକନ୍ଦିରେ ଥିବା ରାସ୍ତାରେ କୌଣସି ଯାନବାହାନ ମଧ୍ୟ ଚଳାଚଳ କରୁନ ଥିବାର ଦେଖା ଦେଖିବାକୁ ମିଳିଛି I
Sign in
Sign in
Recover your password.
A password will be e-mailed to you.