ଅର୍ଥଲଗାଣ କାରୀ ସଂସ୍ଥାମାନଙ୍କ ଦ୍ୱାରା ଶୋଷଣ !!

0

ଗୁଣୁପୁର/ ସିଦ୍ଧାର୍ଥ ଦାଶ : ଗଜପତି ଜିଲ୍ଲା କାଶୀନାଗର ବ୍ଲକ ଅନ୍ତର୍ଗତ ଶିଆଳି ଗ୍ରାମପଞ୍ଚାୟତ ର କତ୍ତାଗୁଡା ଗ୍ରାମର ସ୍ୱୟଂ ସହାୟ ଗୋଷ୍ଠି ର ମହିଳା ମାନେ ଏକତ୍ରିତ ହୋଇ ଅର୍ଥଲଗାଣ କାରୀ ସଂସ୍ଥାମାନଙ୍କ ଦ୍ୱାରା ସେମାନେ କିପରି ଶୋଷଣ ହୋଇଛନ୍ତି ଏହା ଜଣା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କ ବିକାଶ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ବିନା ସୁଧରେ ଋଣ ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ୱଚ୍ଛ କରିବାପାଇଁ ପଦକ୍ଷେପ ନେଇଥିଲେ ସୁଧା ବ୍ୟାଙ୍କ ମାନଙ୍କର ଖାମ ଖାଲିଆ ଯୋଗୁଁ ଗରିବ ଆଦିବାସି ମହିଳା ଗ୍ରୁପ ମାନଙ୍କର ଋଣ ପାଇବାରୁ ବଞ୍ଚିତ ହେଉଥିବାରୁ ଏହାରି ସୁଯୋଗ ନେଇ ଗ୍ରାମାଞ୍ଚଳ ମାନଙ୍କରେ ବହୁଘରୋଇ ଅର୍ଥ ଲଗାଣ କାରି ସଂସ୍ଥା ସହଜରେ ଋଣ ଦେଇ ସୁଧ ଓ ମୂଳ ସହ ଟଙ୍କା ଆଦାୟ କରି ଚାଲିଛନ୍ତି। ଏହି ଗ୍ରାମର ମହିଳା ମାନେ ଗଜପତି ଜିଲ୍ଲା ର ମହାଶକ୍ତି ଓ ଅନ୍ନପୂର୍ଣ୍ଣା ଏବଂ ରାୟଗଡା ଜିଲ୍ଲା ଗୁଣପୁର ର ଆରୋହଣ ନାମକ ରୁଣ ପ୍ରଦତ୍ତ ସଂସ୍ଥା ଗୁଡିକ ଠାରୁ ସଂଘ ମାଧ୍ୟମରେ ଋଣ ନେଇଥିଲେ । ବର୍ତ୍ତମାନ ମହାମାରୀ କରୋନା ର ଏଭଳି ପରିସ୍ଥିତିରେ ସରକାର ସଟଡାଉନ ଓ ଲାକଡାଉନ ଘୋଷଣା କରୁଛନ୍ତି । ଗରିବ ଖଟିଖିଆ ଓ ଋଣ ନେଇଥିବା ସ୍ୱୟଂ ସହାୟକ ମହିଳା ଗୋଷ୍ଠି ହାତ ବାନ୍ଧି କାମ ଧନ୍ଦା ନ ପାଇ ନିରାଶ ହୋଇ ବସିଛନ୍ତି। ଲକଡାଉନ ପୂର୍ବରୁ ମହିଳା ଗ୍ରୁପ ମାସିକିଆ କିସ୍ତି ରେ ଋଣ ପରିଶୋଧକରି ଆସୁଥିଲେ ।ବର୍ତ୍ତମାନ ୪ମାସ ଧରି କରୋନା ପାଇଁ ସମସ୍ତେ ଘରେ ବନ୍ଧା ପଡି ରହିଛନ୍ତି ।ଅର୍ଥ ଲଗାଣ କାରୀ ସଂସ୍ଥାର କର୍ମଚାରୀ ମାନେ ଗ୍ରାମକୁ ଆସି ଜୋର ଜବରଦସ୍ତି କରି ଟଙ୍କା ଆଦାୟ କରୁଥିବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଅଭିଯୋଗ କରିଛନ୍ତି । ଯେଉଁ ମାନେ ବର୍ତ୍ତମାନ ପରିସ୍ଥିତିରେ ଋଣ ପରିଶୋଧ କରିବାକୁ ଅସମର୍ଥ ସେମାନଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ କରୁଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତିଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ମହିଳାମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.