ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଜ଼ିଲ୍ଲା ରେ ଆଜି ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଜ଼ିଲ୍ଲା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩ କୁ ବୃଦ୍ଧି ପାଇଛି। ଏ ନେଇ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ରେଙ୍ଗାଲି ବ୍ଲକ ଭୂଷଣ ଟାଉନସିପ ଏବଂ ଧନକଉଡା ବ୍ଲକ ଅଂଚଳ ରୁ ଜଣେ ଲେଖାଏଁ ଚି଼ହ୍ନଟ ହୋଇଛନ୍ତି l ଭୂଷଣ ଟାଉନସିପ ରୁ ଚି଼ହ୍ନଟ ଜଣକ ବିହାର ଫେରନ୍ତା ୩0 ବର୍ଷ ବୟସ ମହିଳା l ବିହାର ରୁ ଆସିବା ଦିନ ଠାରୁ ସେ ଭୂଷଣ ଟାଉନସିପ ସ୍ଥିତ ଘରେ ସଂଘରୋଧ ରେ ଥିଲେ l ଠିକ ସେହିପରି ଧନକଉଡା ବ୍ଲକ ରୁ ଚି଼ହ୍ନଟ ଜଣକ ବିହାର ଫେରନ୍ତା ପୁରୁଷ ଏବଂ ବୟସ ୫୫ ବୋଲି ଜଣାପଡିଛି l ଏହି ବ୍ୟକ୍ତି ଜଣକ ବ୍ଲକ ର ସରକାରୀ ସଂଘରୋଧ କେନ୍ଦ୍ର ରେ ଥିଲେ l କରୋନା ଆକ୍ରାନ୍ତ ଚି଼ହ୍ନଟ ଉଭୟ ଙ୍କୁ କୋଭିଡ ଡାକ୍ତରଖାନା କୁ ଆଜି ପଠାଇ ଦିଆଯାଇଛି l ତେବେ ବ୍ୟକ୍ତି ଦ୍ବୟ ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ସମ୍ବଲପୁର ରେ ଆଜି ପୁଣି ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଜ଼ିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୧୩ ରେ ପହଞ୍ଚିଛି l
Sign in
Sign in
Recover your password.
A password will be e-mailed to you.