ପାଟଣାଗଡ଼( ବିମଳ କୁମାର ବାଗ): ଆଜି ପାଟଣାଗଡ଼ ସହରର ଗଡ଼ଭିତରେ ଜଣେ ୨୩ ବର୍ଷର ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛି। ଖବରରୁ ପ୍ରକାଶ ଯେ ଏକ ନମ୍ବର ୱାର୍ଡର ୨୩ ବର୍ଷୀୟ ଯୁବକ ଜଣଙ୍କ ନିକଟରେ କିରିଗିଜସ୍ଥାନରୁ ଗତ ୪ ତାରିଖରେ ପାଟଣାଗଡ଼ ଆସି ହୋମ କ୍ୱାରେଣ୍ଟାଇନରେ ଥିଲେ। ତେବେ ଆଜି ତାର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିବାରୁ ତାକୁ ବଲାଙ୍ଗିର କୋଭିଡ଼ ହସ୍ପିଟାଲକୁ ନିଆଯାଇଛି। ସେହିପରି ପାଟଣାଗଡ଼ ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ରୋକିବା ପାଇଁ ଉକ୍ତ ୧ ନମ୍ବର ୱାର୍ଡକୁ ଆଜିଠାରୁ ଆସନ୍ତା ୧୪ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ସମୟରେ ଜନସାଧାରଣଙ୍କୁ ଚଳପ୍ରଚଳ ନକରିବା ପାଇଁ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.