ଝାରସୁଗୁଡା/ ସୁବାଷ ସାହାରେ : ଧରୁଆଡ଼ିହି ଏସବିଆଇ ଶାଖା ପକ୍ଷରୁ ଗତକାଲି ବନ ମହୋତ୍ସବ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟ ଏକ ଶହ ଗଛ ଲଗାଯାଇଥିଲା । ପ୍ରତ୍ୟେକ ବ୍ୟକ୍ତି ଯଦି ଗଛ ଟିଏ ଲଗାଇ ଗଛକୁ ବଞ୍ଚାଇ ରଖି ପାରିଲେ ବିଶ୍ୱକୁ ଧ୍ଵଂସ ହେବାରୁ ବଞ୍ଚାଇ ପାରିବା ବୋଲି ମତ ପ୍ରକାଶ ପାଇଥିଲା । ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ଧରୁଆଡ଼ିହି ଷ୍ଟେଟବ୍ୟାଙ୍କ ଶାଖାର ବ୍ରାଞ୍ଚ ମ୍ୟାନେଜର ଚିତ୍ତରଞ୍ଜନ ମଲ୍ଲିକଙ୍କ ସହ ରିଜିଓନାଲ ମ୍ୟାନେଜର କେବି ଦାସ, ବିଡ଼ିଓ ଅନାମିକା ସିଂ, ସରପଞ୍ଚ ସନ୍ତୋସି ବରିହା ଯୋଗ ଦେଇଥିବା ବେଳେ ଭଲେଣ୍ଟିୟର ମନୋଜ କୁମାର ଅଗସ୍ତି, ନରେଶ ରାମ ମେହେର, ଗଜାନନ୍ଦ ମେହେର, ସଚିନ ମେହେର ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.