ଭେଉଁରିଆ ଓ ଜମଲାଠାରେ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା 

0 1

ପଦ୍ମପୁର,(ଶାସକ ପ୍ରଶାସକ): ଜମଲା ହସପିଟାଲ ପରିସରରେ ଓ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମ ଠାରେ ଡାକ୍ତର,ନର୍ସ, ଏଏନଏମ, ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି ଆମ୍ବୁଲେସ ଡ୍ରାଇଭର ଆଦିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି  । ଜମଲା ହସପିଟାଲ ପରିସରରେ ଡା ତ୍ୟାଗରାଜ  ରାଜ ସିଂ,ଡା ପ୍ରଫୁଲ୍ଲ ମେହେର, ଡା ସୁମିତ୍ରା ରାଣୀ ପଣ୍ତା, ଡା ଉମାଶ୍ରୀ ପ୍ରଧାନ,ଡା ଲୋକପାଳ ଭୋଇ ଆମ୍ବୁଲେସ ଡ୍ରାଇଭର ମିଠୋଇ ସାହୁ ଙ୍କ ସମେତ ଜମଲା ହସପିଟାଲ ର ସମସ୍ତ ସେବା କର୍ମୀ ଏବଂ ଜମଲା ,ପଲସାପାଲି,ଡଙ୍ଗାଘାଟ ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମ ଠାରେ ମଧ୍ୟ ଡା ସୁଜାତା ପଟେଲ,ଡା ଅବିନାଶ ତ୍ରିପାଠୀ,ସହ କର୍ମୀ ପ୍ରଦୀପ ସାହୁଙ୍କ ସମେତ ଭେଉଁରିଆ,ଲୁହାରପାଲି, ପୁରେନା ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦି ଓ ଏ ଏନ୍ ଏମ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ଭାରତୀୟ ଜନତା ପାର୍ଟି ଦ୍ବାରା ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଯୋଗଦାନ କରି କରୋନା ଯୋଦ୍ଧା ମାନଙ୍କର ପାଦ ଧୋଇବା ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ  । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ପଦ୍ମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମରମଣି ନାଏକ,ସର୍ଗିବାହାଲ ମଣ୍ଡଳ ସଭାପତି ଶ୍ରୀ ନିରାକାର ବରିହା, ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହା, ଜିଲ୍ଲା ପରିଷଦ ସନ୍ତୋଷ ମେହେର, ସମିତି ସଭ୍ୟ  ଶ୍ରୀମତୀ ସରସ୍ବତୀ ସାହୁ,ସମିତି ସଭ୍ୟ ମଣି ରଣା, ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରିତେଶ ବହିଦାରଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା ରାହାସ ବିହାରୀ ସାହୁ, ଗହଳ ମହାନନ୍ଦ, ଅଶ୍ବିନୀ ମେହେର, ଲିଙ୍ଗରାଜ ସାଣ୍ତ,ସୁବ୍ରତ ସାହୁ,ରାମ ବେହେରା, ସଚିନ ସାହୁ ଆଦି ସାମିଲ ହୋଇଥିଲେ  ।

Leave A Reply

Your email address will not be published.