ପୁଣି ଚିହ୍ନଟ ହେଲେ କୋରୋନା ସଂକ୍ରମିତ। ଏହାକୁ ମିଶାଇ ୧୨୯।।

0 1

ଝାରସୁଗୁଡ଼ା -(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଏକ ନୂଆ କୋଭିଡ-19 ପଜିଟିଭ କେସ ସାମନାକୁ ଆସିଛି। ଏହା ସହ ଝାରସୁଗୁଡ଼ା ଜିଲ୍ଲାରେ ସର୍ବମୋଟ ୧୨୯ଟି କୋଭିଡ -19 ସଂକ୍ରମିତ ସଂଖ୍ୟା ହୋଇଛି ବୋଲି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ ଏହି ସଂକ୍ରମଣର ଶୀକାର ହୋଇଛନ୍ତି ଏକ ୧୬ ବର୍ଷ ବୟସ୍କା ଝିଅ।ସେ ଗତ ୨୯ ଜୁନରେ ଉତ୍ତର ପ୍ରଦେଶର ଗାଜିଆବାଦ ସହରରୁ ଫେରିଥିଲେ। ତାଙ୍କୁ ଝାରସୁଗୁଡ଼ାର ମନମୋହନ ଏମ ଇ ସ୍କୁଲରେ ଥିବା କ୍ବାରେନ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା। ୩ ଜୁଲାଇରେ ତାଙ୍କ ସ୍ବାବ ନମୂନା ସଂଗ୍ରହ କରାଯାଇଥିଲା ଓ ୬ ଜୁଲାଇରେ ଏହାର ଫଳାଫଳ ପଜିଟିଭ ଆସିଥିବା ଜଣା ପଡ଼ିଛି। ପରବର୍ତ୍ତୀ ଚିକିତ୍ସା ନିମନ୍ତେ ତାଙ୍କୁ କୋଭିଡ ଚିକିତ୍ସା ନିମନ୍ତେ ସୁବିଧା ଥିବା ଏକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିବା ସୂଚନା ମିଳିଛି। ଏହା ସହିତ ତାଙ୍କ ସଂପର୍କରେ ଆସିଥିବା ବ୍ୟକ୍ତି ମାନଙ୍କ ବିଷୟରେ ଖବର ନିଆଯିବା ପ୍ରଚେଷ୍ଟା ଚାଲିଛି।

Leave A Reply

Your email address will not be published.