ଝାରସୁଗୁଡାର/ ଦେବଗଡ଼ – ବ୍ରଜରାଜନଗର ଅଞ୍ଚଳ ଥାନା ରାଜପୁର କଣ୍ଟାପାଲି ସ୍ଥିତପୈତୃକ ଘରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଦେବଗଡ଼ ରେ କାର୍ଯ୍ୟରତ ଥିବା ପୋୖର ନିର୍ବାହି ଅଧିକାରୀ କୁଞ୍ଜବନ ପ୍ରଧାନ ଙ୍କ ଘରେ ରେଡ଼ କରାଯାଇଥିଲା । ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତି ଆକଳନ କରି ୭୦ ଲକ୍ଷ ୬୪ ହଜାର ୧୨୯ ଟଙ୍କା ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । ଆଜି ସକାଳେ ଭିଜିଲାନ୍ସ ଦ୍ୱାରା ଦେବଗଡ଼ରେ ଥିବା ସରକାରୀ କ୍ୱାଟର ରୁ ୨୩ ହଜାର ୧୨୦ ଟଙ୍କା ସହ ବେଙ୍କ ଖାତା ଓ ଚେକ ବୁକ ଆସବା ପତ୍ର ଜବତ କରାଯାଇଛି ।ଏହା ସହ ତାଙ୍କର ୫ ଟି ସୁନା ରୁପା ଅଳଙ୍କାର , ବ୍ରଜରାଜନଗର ରେ ଗୋଟିଏ ଦୁଇ ମହଲା କୋଠା ,୩ ଟି ଦୁଇ ଚକିଆ ଯାନ ଅଛି ଠିକ ସେହି ପରି ରାଉରକେଲା ଭିଜିଲାନ୍ସ ଡି ଏସ ପି ରବୀନ୍ଦ୍ର କୁମାର ନାୟକ ଙ୍କ ନେତୃତ୍ୱରେ ଝାରସୁଗୁଡା ସ୍ଥିତ ରାଜପୁର ଘରେ ଚଢ଼ାଉ କରାଯାଇଥିଲା ଓ ବନ୍ଧବାହାଲ ସ୍ଥିତ ଶ୍ୱଶୁର ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା ।ଏହି ଭିଜିଲାନ୍ସ ଚଢ଼ୁରେ ସମ୍ବଲପୁର ଡି ଏସ ପି ଦାଶରଥି ସେଠି, ଇନ୍ସପେକଟର ଯୋଗେଶ ପଟେଲ, କର୍ନେଲ୍ୟୁସ ବିଲଙ୍ଗ ସହ ରାଉରକେଲା ଡି ଏସ ପି ବିରେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ ।ବିଗତ କିଛି ଦିନରୁ ତାଙ୍କ ବିରୋଧରେ ଏକ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ନମ୍ବର ୪ /୧୯.୨.୨୦୨୦ ପଞ୍ଜିକୃତ କରି ୟୁ/ଏସ ୧୩(୨) ଆର/ଡବ୍ଲୁ ୧୩(୧)(ବି) ହୋଇଥିବାର ସୂଚନା ଭିଜିଲାନ୍ସ ବିଭାଗ ତରଫରୁ ଦିଆଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post