ବିଜୟର ଧାରା ବଜାୟ ରଖୁଛନ୍ତି ଇଶା। 

0 1

ଝାରସୁଗୁଡ଼ା :(ସୁଭାଷ ସହାରେ) -ଲକ୍ ଡାଉନ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି। ଏହି ଅବସରରେ ଝାରସୁଗୁଡ଼ା ଡିଏଭି ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଇଶା ଚିତ୍ରାଙ୍କନ ପ୍ରତିଯୋଗିତାରେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତା ଜିଣି ପରିବାର ଓ ଜିଲ୍ଲା ପାଇଁ ଗୌରବ ଆଣି ଦେଉଛନ୍ତି। 

ପ୍ରାପ୍ତ ସୂଚନାନୁସାରେ, ସିନିୟର ଗ୍ରୁପ ନ୍ୟାସନାଲ ଲେଭେଲ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ ଇଶା ପ୍ରଥମ ସ୍ଥାନ ଅକ୍ତିଆର କରି ପୁରସ୍କୃତ ହୋଇଛନ୍ତି। ଏହାପରେ ରାଜ୍ୟ ଲଳିତ କଳା ଏକାଡ଼େମୀ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି। 

ନିଜର କଳା ଦକ୍ଷତାକୁ ପ୍ରତିପାଦିତ କରି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସେ ଯୁବ ଚିତ୍ରକର ଶ୍ରେଣୀରେ ଜୁରୀଙ୍କ ଦ୍ବାରା ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି। 

ଝାରସୁଗୁଡ଼ା ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଜୀବନ ପୁରୋହିତ ଓ ଗୃହିଣୀ ସୁରେନ୍ଦ୍ର ପୁରୋହିତଙ୍କ କନ୍ୟା ଈଶା ଏହା ପୂର୍ବରୁ ଆନ୍ତର୍ଜାତିକ ଚିତ୍ରାଙ୍କନ ପ୍ରତିଯୋଗିତା ଓ ଜାତୀୟ ସ୍ତରର ଅନେକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବାରମ୍ବାର ପୁରସ୍କୃତ ହୋଇଛନ୍ତି। ତାଙ୍କର ଅପୂର୍ବ କଳା ଦକ୍ଷତା ନିମନ୍ତେ ଡିଏଭିର ପ୍ରିନ୍ସିପାଲ ପ୍ରଶାନ୍ତ କୁମାର ପଣ୍ଡା ଓ ଅନ୍ୟାନ୍ୟ ଶିକ୍ଷକ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.