ହାତୀଶାଲ୍ ପଡାବାସିନ୍ଦାଙ୍କୁ କଳିକେଶ ବଢ଼ାଇଲେ ସହାୟତାର ହାତ  

0

ବଲାଙ୍ଗୀର(ଶାସକ ପ୍ରଶାସକ) : ବଲାଙ୍ଗିର ହାତିଶାଳପଡାରେ ମୋଟ ୪୩ ଜଣଙ୍କର କରୋନା ପଜିଟିଭ ଆସିବା ପରେ ସହରରେ ଏବେ ଭୟର ବାତାବରଣ ଦେଖାଦେଇଛି । ହାତୀଶାଲ୍ ପଡାକୁ ପ୍ରଶାସନ ତରଫରୁ ଗତ ଜୁଲାଇ ୦୩ ତାରିଖରୁ କନଟେନଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ସେହି ଅଞ୍ଚଳରେ ମୁଖ୍ୟତଃ  ଶ୍ରମିକ ଦିନ ମଜୁରିଆ ମାନେ ରହୁଛନ୍ତି । ତେଣୁ ଦୈନିକ ରୋଜଗାର ନକଲେ ତାଙ୍କର ଚୁଲି ଜଳେ ନାହିଁ ତେବେ ଏହି ଅଞ୍ଚଳ କୁ କନଟେନଣ୍ଟମେଣ୍ଟ ଜୋନ ଘୋଷଣା ପରେ ସେମାନଙ୍କର ଜୀବିକା ଚାଲିଯାଇଛି ଓ ପ୍ରଶାସନ ତାଙ୍କୁ କୌଣସି ରାସନ ଦେଉନି କି ଖାଦ୍ୟ  ପଦାର୍ଥ ମଧ୍ୟ ଦେଉନାହିଁ। ଫଳରେ ସେମାନେ ବହୁତ ଅସୁବିଧା ରେ କାଳାତିପାତ କରୁଛନ୍ତି। ଏ ବିଷୟରେ ପୁର୍ବତନ ଲୋକସଭା ସାସଂଦ କଳିକେଶ ନାରୟଣ ସିଂଦେଓ ଜାଣିବା ପରେ ଆଜି ସହାୟତାର ହାତ ବଢାଇଛନ୍ତି ।

କଳିକେଶଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ଏକ ପ୍ରତିନିଧି ଦଳ ୨୦୦ ପ୍ୟାକେଟ  ଶୁଖିଲା ରାସନ ସାମଗ୍ରୀ ଯଥା ଚାଉଳ, ଡାଲି, ତେଲ, ଲୁଣ, ପିଆଜ, ଆଳୁ, ଚିନି, ଚା ପତି ଇତ୍ୟାଦି ସେହି ଅଞ୍ଚଳ କୁ ପଠାଇଛନ୍ତି । ହାତିଶାଳପଡାର ଅସହାୟ ପରିବାର କୁ ଉକ୍ତ ରାସନ ସ୍ଥାନୀୟ ସ୍ଵେଛାସେବୀମାନେ ବଣ୍ଟନ କରିଛନ୍ତି । ହାତିଶାଳପଡାର ବଫର ଜୋନରେ ଥିବା ଓଡିଶା ଭବନ ପର୍ଯ୍ୟନ୍ତ ଏହି ରାସନ ଗାଡିରେ ଏହି ସାମଗ୍ରୀ କୁ ପହଞ୍ଚାଯାଇଥିଲା । ଏହି କାର୍ଯ୍ୟକୁ ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗୀ, ବରିଷ୍ଠ ନେତା ପି ମିଶ୍ର, ସଞ୍ଜିବ ମିଶ୍ର, ବୁଲୁ ବେହେରା, ସଂଜୀବ ନାଥ, ସ୍ବରୁପ ଦାସ, ରାଜେଶ ଦୋରା, ଅଭୟ ସାହୁ, ନରେନ୍ଦ୍ର ପାତ୍ର, ପ୍ରମୁଖ ଙ୍କ ତତ୍ତ୍ଵାବଧାନରେ ବଣ୍ଟା ଯାଇଅଛି। ପ୍ରକାଶ ଥାଉକୁ ଯେ, ଏହା ପୁର୍ବରୁ କଳିକେଶ ଜିଲ୍ଲାକୁ ଫେରିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ମଧ୍ୟ ୫୦୦୦ ପ୍ୟାକେଟ ରାସନ ସାମଗ୍ରୀ ନିଜସ୍ବ ଉଦ୍ୟମରେ ବାଣ୍ଟିଥିଲେ ।

 

Leave A Reply

Your email address will not be published.