ପୁରୀ(ଅନିମେଷ ପଟ୍ଟନାୟକ ): କରୋନାର କାୟାରେ ସାରା ରାଜ୍ୟ । ଦେଶ ତଥା ରାଜ୍ୟରେ କରୋନା ଉର୍ଦ୍ଧମୁଖା । ପୁରୀରେ ମଧ୍ୟ ପ୍ରତିଦିନ କିଛି ନା କିଛି ସଂକ୍ରମିତ ବାହାରୁଛନ୍ତି । ଏଭଳି ଏକ ଘଡିସନ୍ଧି ସମୟରେ ଜିଲ୍ଲାର ସମସ୍ତ ସରକାରୀ ଅଫିସକୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଅଫିସକୁ ବନ୍ଦ ଘୋଷଣା କରାଯାଇଛି ।
http://www.youtube.com/watch?v=uInkItbh_0Q
ଜରୁରୀ ଥିଲେ ବିଭିନ୍ନ ନେତୃମଣ୍ଡଳିଙ୍କ ଜରିଆରେ ବିଡିଓଙ୍କ ସହିତ ଫୋନରେ ଆଲୋଚନା କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ପୋଲିସ ଓ ମେଡିକାଲକୁ ଏଥିରୁ ବାଦ ଦିଆଯାଇଛି ।
ସେପଟେ, ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ କରାଯାଇ ବିଭିନ୍ନ ସ୍ଥାନରେ ଚେକିଂ କରାଯିବ । ମାସ୍କ ଓ ସାମାଜିକ ଦୂରତା ରଖୁନଥିବା ବ୍ୟକ୍ତି, ଦୋକାନୀ ଆଦିଙ୍କ ଠାରୁ ଫାଇନ ଆଦାୟ କରାଯିବ। ମଙ୍ଗଳବାର ମାର୍କେଟ ଛକ ନିକଟରେ ଚେକିଂ କରାଯାଇ ପ୍ରାୟ ୩୪୦୦ ଟଙ୍କା ଆଦାୟ କରାଯାଇଛି । କୋଭିଡ ନିୟମ ନମାନିଲେ ଦୋକାନୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।