ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ କଲମ୍ଵ ଗ୍ରାମ ପଞ୍ଚାୟତକୁ ଜୁଲାଇ ୭ ତାରିଖ ଠାରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି କଲମ୍ଵ ସରପଞ୍ଚ ପ୍ରତିଭା ରାଣୀ ଜେନା। କଲମ୍ଵ ପାଞ୍ଚାୟତର ଡେଙ୍ଗାପଦର ଓ କଲମ୍ଵ ଛକରେ ୭ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରି ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି କଲମ୍ଵ ପଞ୍ଚାୟତର ସାତ ଖଣ୍ଡ ଗ୍ରାମକୁ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ କେବଳ କଲମ୍ଵ ଛକର ମେଡିସିନ ଷ୍ଟୋର, ପାରିବ ଦୋକାନ ଓ ତେଜରାତି ଦୋକାନ ସକାଳ ୬ ଟା ରୁ ଦିବା ୧୦ ଟା ପର୍ଯ୍ୟନ୍ତ ଖୋଳାରହିବ। ଅତ୍ୟନ୍ତ ଆବଶ୍ୟକ ନଥିଲେ କୌଣସି ବ୍ୟକ୍ତି ଘରୁ ବାହାରକୁ ନଆସିବା ପାଇଁ ସରପଞ୍ଚ ନିବେଦନ କରିଛନ୍ତି। ଏହି ବିଷୟ ନେଇ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଏବଂ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ଙ୍କୁ ଅବଗତ କରାଯାଇଥିବା କଲମ୍ଵ ସରପଞ୍ଚ ଶ୍ରୀମତୀ ଜେନା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.