ସ୍ବାଧୀନ ଏକତା ସଂଗଠନ ପକ୍ଷରୁ ଗ୍ରୀନ୍ ରେଙ୍ଗାଲି ଅଭିଯାନର ଶୁଭାରମ୍ଭ

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସମଗ୍ର ରେଙ୍ଗାଲି ଅଞ୍ଚଳକୁ ଗ୍ରୀନ୍ ଯୋନରେ ପରିଣତ କରିବା ପାଇଁ ସଂକଳ୍ପ ନେଇ ଥିବା ରେଙ୍ଗାଲି ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାଧୀନ ଏକତା ସଂଗଠନ ଓ ରେଙ୍ଗାଲି ବନାଞ୍ଚଳ ମିଲିତ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୀନ୍ ରେଙ୍ଗାଲି ଅଭିଯାନ ର ମୁଖ୍ୟ ସଂଯୋଜକ ଉତ୍ତମ କୁମାର ବିଶ୍ୱାଳ ଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ରେଙ୍ଗାଲି ବିଡିଓ ଶଂକର ପ୍ରସାଦ ସାହୁ  ଅତିଥି ଭାବେ ଯୋଗ ଦେଇ ସଭ୍ୟ ମାନଙ୍କ ଗହଣରେ ରେଙ୍ଗାଲି ଗ୍ରାମର ବିଭିନ୍ନ ରାସ୍ତା ପାଶ୍ବରେ ଶତାଧିକ ବୃକ୍ଷ ରୋପଣ କରିଥିଲେ ।

 ଏଥିରେ ରେଙ୍ଗାଲି ବନାଞ୍ଚଳ ର ରେଞ୍ଜର ହରିହର ପାତ୍ର , ସ୍ବାଧୀନ ଏକତା ସଂଙ୍ଗଠନର ର ସଭାପତି ରାଜୀବ ମିଶ୍ର , ସରୋଜ ବିସୋଇ , ବସନ୍ତ ନାୟକ , ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ,ସଲିମ ଖାନ୍ ,ଅନ୍ତର୍ଯ୍ୟାମୀ ପାଣି, ପଦ୍ମନାଭ ଭୋଇ , ଦିବ୍ଯ ଶଂକର ସରାଫ , ଶଶିଭୂଷଣ ସାହୁ , ରିଙ୍କା ଶର୍ମା , ହରିସ ସା , ଲଲିତ ସାହୁ ,  ଦିପକ ଶର୍ମା ,  ରଜନୀକାନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.