ରେଙ୍ଗାଲି ପ୍ରେସ୍ ୟୁନିଅନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ପ୍ରଦାନ

0

ସମ୍ବଲପୁର/ (ରମାକାନ୍ତ ବିଶ୍ବାଳ ):  ବିଭିନ୍ନ ସମୟରେ ସମାଜର ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ରେଙ୍ଗାଲି ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରେଙ୍ଗାଲି ପ୍ରେସ୍ ୟୁନିଅନ(ଛାପା ଗଣମାଧ୍ୟମ ୟୁନିଅନ ) ପକ୍ଷରୁ ମଙ୍ଗଳବାର  ଧନକଉଡା ବ୍ଲକ ଶାସନ   ରାନୀଖିଣ୍ଡା ଗ୍ରାମର ଦିବ୍ୟାଙ୍ଗ ଶଙ୍କର କୁମାର ଦେଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରାଯାଇଛି । ଚାଲି ପାରୁ ନଥିବା ଶଙ୍କର ହୁଇଲ ଚେୟାରଟିଏ ଦେବା ପାଇଁ ଧନକଉଡା ବ୍ଲକ ପ୍ରଶାସନକୁ ଅନେକ ଥର ଅନୁରୋଧ କରିଥିଲେ । ଏକଥା କୌଣସି ସୂତ୍ରରୁ ପ୍ରେସ୍ ୟୁନିଅନର କୋଷାଧ୍ୟକ୍ଷ ହିମାଂଶୁ ଶେଖର ମିଶ୍ର  ଖବରପାଇ ଶଙ୍କର ପାଇଁ ହୁଇଲ ଚେୟାର ବ୍ଯବସ୍ଥା କରାଇଥିଲେ। ଶଙ୍କରଙ୍କୁ ହୁଇଲ ଚେୟାର ପ୍ରଦାନ କାର୍ଯ୍ୟକ୍ରମରେ ୟୁନିଅନର  ସଭାପତି ବରିଷ୍ଠ ସାମ୍ବାଦିକ   ହରିହର ନାଥ, ସାଧାରଣ ସଂପାଦକ ଶିଶିର କୁମାର ସାହୁ, କୋଷାଧ୍ୟକ୍ଷ ମିଶ୍ର, ନରେଶ କୁମାର ମାହାଣା,ସୁବ୍ରତ ପାଢୀ, ଦେବବ୍ରତ ପଣ୍ଡା, ଅଶୋକ କୁମାର ଗୁରୁଙ୍କ ସହ ସ୍ବେଚ୍ଛାସେବୀ ସରୋଜ ବିସୋଇ ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.