ସମ୍ବଲପୁର ବିଶ୍ୱବିଦ୍ୟାଳୟ ୧୩ ପର୍ଯ୍ୟନ୍ତ ସଟ୍ ଡାଉନ୍ l 

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) :  ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଲେ ଏହାକୁ ନଜରରେ ରଖି ସମ୍ବଲପର ବିଶ୍ୱବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ମଙ୍ଗଳବାର ଜୁଲାଇ ୭ ତାରିଖରୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସମ୍ବଲପର ବିଶ୍ୱବିଦ୍ୟାଳୟକୁ ସଟ୍ ଡାଉନ୍ ଘୋଷଣା କରାଯାଇଥିବା ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଏହି ସମୟ ମଧ୍ୟରେ କୌଣସି କର୍ମଚାରୀ ସମ୍ବଲପର ବିଶ୍ୱବିଦ୍ୟାଳୟକୁ ଆସିବେ ନାହିଁ। ତେବେ ଏହି ସମୟ ମଧ୍ୟରେ ସମସ୍ତ କର୍ମଚାରୀ ସେମାନଙ୍କ ମୋବାଇଲ ସଦାସର୍ବଦା ଖୋଲା  ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ପୁର୍ବରୁ ଘରେ ରହି ଅନ୍‌ଲାଇନ୍‌ରେ କାମ କରୁଥିବା କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପୁର୍ବ ପରି ଜାରି ରଖିବାକୁ ନିର୍ଦେଶନାମାରେ ଉଲ୍ଲେଖ ରହିଛି। ଏଥିସହିତ ଆବଶ୍ୟକସ୍ଥଳେ ବିଶେଷ ସୁଚନା ବିଶ୍ୱବିଦ୍ୟାଳୟ ୱେବସାଇଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସୁଚନା ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.