ଗୁପ୍ତାଙ୍ଗର ଅଣ୍ଡକୋଷ କାଟି ଦେଲେ ଦୁର୍ବୃତ୍ତ । ଅଘଟଣ By SPNEWS On May 10, 2018 0 Share ବରଗଡ଼-ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେଶ୍ୱର ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଗ୍ରାମର ଅଶୋକ ବାରିକ(୪୦) ନାମକ ଜଣେ ଅବିବାହିତ ଯୁବକଙ୍କ ଅଣ୍ଡକୋଷ (ଗୁପ୍ତାଙ୍ଗ)କୁ କାଟି ଦେଇଛନ୍ତି। ପାରିବାରିକ ବିବାଦରୁ ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ସଦର ଥାନା ପୋଲିସ ଗୁରୁତର ଅବସ୍ଥାରେ ଅଶୋକଙ୍କୁ ଉଦ୍ଧାର କରି ପ୍ରଥମେ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସଦର ଥାନା ଅଧିକାରୀ ମମତା ନାୟକ ଘଟଣାସ୍ଥଳ ଏବଂ ଡାକ୍ତରଖାନା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଆହତ ଅଶୋକଙ୍କ ବଡ଼ଭାଇ ସେବା ଓ ଭାଉଜ ଶାନ୍ତିଙ୍କୁ ଥାନାକୁ ଆଣି ପୋଲିସ ଘଟଣା ସମ୍ପର୍କରେ ଅଧିକ ପଚରାଉଚୁରା କରୁଛି। କେଉଁ ପରିସ୍ଥିତିରେ ଦୁର୍ବୃତ୍ତମାନେ ସେଭଳି କାଣ୍ଡ ଭିଆଇଲେ, ସେ ନେଇ ଘଟଣାର ତଦନ୍ତ ଚାଲିଛି ବୋଲି ବରଗଡ଼ ଏସଡ଼ିପିଓ ସୁରେଶ କୁମାର ନାଏକ କହିଛନ୍ତି। 0 Share FacebookTwitterGoogle+ReddItWhatsAppPinterestEmail