ନରସିଂହଙ୍କୁ ଶିଶୁପାଳ କଲେ କଳିକେଶ !!!!

0

ବିଜୁ ସେତୁ ଭୂମିପୂଜା ନେଇ ବଲାଙ୍ଗୀର ରାଜନୀତି ଗରମ

 

 

ବଲାଙ୍ଗୀର (ନିରୋଜ ମିଶ୍ର) ପଶ୍ଚିମ ଓଡିଶା ତତଲା କଡେଇ ପରି ଫୁଟୁଥିବା ବେଳେ ଏଥିରେ ଅଧିକ ଉସ୍ମତା ଭାରି ଦେଇଛି ବିଜୁ ସେତୁ ରାଜନୀତି |  ଗୁରୁବାର ଦିନ ଵିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର  ବିଜୁ ସେତୁ ” ର ଶୁଭ ଦେବାକୁ ଥିବା ବେଳେ ଅତ୍ୟନ୍ତ ତରବରିଆ ଭାବେ ସଂସଦ କଳିକେଶ ସିଂହଦେଓ ଆଃ ତାଙ୍କ ଭାଇ ଅର୍କେଷ୍ ସିଂଦେଓ ଯାଇ ବୁଧବାର ତାହାର ଭିତ୍ତିପ୍ରସ୍ତର ସ୍ଥାପନ କରି ନରସିଂହଙ୍କୁ ଏକପ୍ରକାର ଶିଶୁପାଳ କରିଦେଇଛନ୍ତି | ହେଲେ ନରସିଂହ ବି ଛାଡିବା ଲୋକ ନୁହଁ | ସେ କହିଛନ୍ତି ଗୁରୁବାର ସେ ବି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ! ଆଉ ସେ କରିବା ନିଶ୍ଚୟ | 

କଳିକେଶଙ୍କ ତରଫରୁ ବୁଧବାର କରାଯାଇଥିବା ଶିଳାନ୍ୟାସ ଫଳକରେ ପ୍ରଟୋକଲ ଅନୁସାରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ନାମ ନରହିବା ତଥା ନରସିଂହଙ୍କ ଘୋଷଣା ପରେ ତରବରିଆ ଭାବେ ଶିଳାନ୍ୟାସ କରିବା ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି | ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଦୁଇଟା ଭିତ୍ତିପ୍ରସ୍ତର ହେବ କେମିତି ? ପୂର୍ତ୍ତ ବିଭାଗ କରୁଛି କଣ ? ଗ୍ରାମ୍ୟ ଉନ୍ନୟନ ବିଭାଗ ନଜରରେ ଦୁଇଟା ଯାକ ସରକାରୀ କାର୍ଯ୍ୟକ୍ରମମ ଯାହାକି ଅତ୍ୟନ୍ତ ଲଜ୍ଜ୍ୟାହୀନ | 

10-05-18-kalikesh.jpg - 83.26 kB

              ଅନ୍ୟପକ୍ଷରେ ବିଜେଡି ପକ୍ଷରୁ କୁହାଯାଇଛି ରାଜ୍ୟ ସରକାର ଙ୍କ ପ୍ରଦତ୍ତ୯.୫ କୋଟି ଟଙ୍କା  ବିଜୁ ସେତୁ ଯୋଜନା ଅନ୍ତର୍ଗତ କୁଟୁମଡୋଲା କୁସମେଲ ରାସ୍ତା ରେ ସୁକତେଲ ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟକ୍ରମକୁ ସାସଂଦ କଳିକେଶ ନାରାୟଣ ସିଂଦେଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି | କରିବାରେ କିଛି ନାହିଁ, ହେଲେ ସର୍ବନିମ୍ନ ନୈତିକତା ରହିବା କଥା | ଗୋଟାଏ କାମ ପାଇଁ ଦୁଇ ଦୁଇଥର ଶିଳାନ୍ୟାସ କାହିଁକି ହେବ, ସେଟା କାହାର କଣ ପୈତୃକ ସମ୍ପତ୍ତି ? ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ କାହିଁକି ଦୁଇଟା କାର୍ଯ୍ୟକ୍ରମ କରୁଛି ? ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ “ଆମକୁ ଉପରୁ ଯାହା ନିର୍ଦ୍ଦେଶ ଆସୁଛି ଆମେ ସେଇଆ କରୁଛୁ |” 

Leave A Reply

Your email address will not be published.