ଆଦର୍ଶ ଶିକ୍ଷକ ତଥା ନାଟ୍ୟକାର ଶତ୍ରୁଘ୍ନ ମିଶ୍ରଙ୍କ ପରଲୋକ

0 1

ବୀରମହାରାଜପୁରରୁ (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ):  ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୁବଳୟା ଥାନାର ଅଡାଲ ଗ୍ରାମର ନାଟ୍ୟକାର ଶତ୍ରୁଘ୍ନ ମିଶ୍ର (୯୦) ଙ୍କ ତାଙ୍କ ଅଡାଲ ସ୍ଥିତ ବାସଭବନରେ ଆଜି ଶନିବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ସ୍ବର୍ଗତ ମିଶ୍ର ଏକାଧାରରେ ଜଣେ ନାଟ୍ୟକାର, ପ୍ରବଚକ, କବି, ନାଟ୍ୟ ନିର୍ଦ୍ଦେଶକ, ଚିତ୍ରକର, ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ। 

ଯଦିଓ ଶିକ୍ଷକତା ଥିଲା ତାଙ୍କ ପେଷା, ସାହିତ୍ୟ ସାଧନ ଥିଲା ତାଙ୍କ ନିଶା। ଶିକ୍ଷକ ତା ଜୀବନରେ ଶହ ଶହ ଛାତ୍ରଛାତ୍ରୀ ଙ୍କୁ ମଣିଷ କରି ଜୀବନ ତମାମ ରାମାୟଣ ଭାଗବତ କୁ ନେଇ ଅନେକ ରସାଳ ସଂଗିତ ରଚନା କରି ସମଗ୍ର ଅଞ୍ଚଳରେ କ୍ଷାତି ଅର୍ଜନ କରିଛନ୍ତି । ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଗୁଣ କିର୍ତନରେ ନିଜକୁ ସମର୍ପିତ କରିଥିଲେ  । ସେ ଅନେକ ଅନୁଷ୍ଠାନ ରୁ ସମ୍ମାନ ସ୍ବରୁପ ଅନେକ ଥର ସମ୍ମାନୀତ ହୋଇଛନ୍ତି  

ସ୍ବଗତ ମିଶ୍ରଙ୍କ ମୃତ୍ୟୁ  ଶଯ୍ୟା ପାଖରେ ତାଙ୍କ ପୁତ୍ର କୂଲମଣୀ, ନାତୀ ପ୍ରତାପ କିଶୋର, ଭାତୃପୁତ୍ର ଶୁରେସ, ପୁତୁରା ପ୍ରହଲ୍ଲାଦ, ସୋମନାଥ, ଗୌରି ଶଙ୍କର, ଅନନ୍ତ, ତଥା ଝୀଅ ଜ୍ବାଇଁ ନାତୀନାତୁଣୀ ଏପରିକି ମାଁ ଭଗବତୀ ନାଟ୍ୟ ସଂସଦ ର ସମସ୍ତ ସଭ୍ଯ ଉପସ୍ଥିତ ଥିଲେ  । ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରି କୀର୍ତ୍ତନ ଢୋଲ ନିସାଣ ସହିତ ମହା ସମାରୋହରେ ଶବକୁ ଘୁଙ୍ଗୀନାଳ ସ୍ଥିତ ଶ୍ମଶାନ ଭୂଇଁରେ ଅନ୍ତିମ ସଂସ୍କାର କରାଗଲା  । ନାଟ୍ୟକାର ଶ୍ରୀ ମିଶ୍ରଙ୍କୁ  ହରାଇ ମାଁ ଭଗବତୀ ନାଟ୍ୟ ସଂସଦ ସହିତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | 

Leave A Reply

Your email address will not be published.