ପୁରୁଣାବସ୍ତି ପୋଖରୀ କମିଟିର ବାରମ୍ବାର ଜିଲ୍ଲାପାଳଙ୍କୁ ଅବଗତ କରିବା ସତ୍ତ୍ୱେ ଆରମ୍ଭ ହେଲା ନାହିଁ ପୋଖରୀ କାର୍ଯ୍ୟ 

0 1

ଝାରସୁଗୁଡା/ସୁବାଷ ସାହାରେ : ଝାରସୁଗୁଡ଼ାର ବହୁ ଚର୍ଚ୍ଚିତ ପୁରୁଣା ବସ୍ତି ପୋଖରୀ ପୁନରୁଦ୍ଧାରକୁ ନେଇ ଏବେ ପୁଣି ଥରେ ଅଲୋଚନା ଆରମ୍ଭ ହୋଇସାରିଲାଣି ଯାହା ଦ୍ୱାରା ମରାମତି କାମ କେବେ ଠାରୁ ଆରମ୍ଭ ହେବ ତାହା ଦେଖିବାକୁ ଅଞ୍ଚଳ ଲୋକେ ଆଶାବାଦୀ । 

ବିଗତ ୨୨ ଡିସେମ୍ବର ୨୦୧୬ ମସିହାରେ ଜିଲ୍ଲାର ଖଣିଜ ଶସ୍ୟ ପାଣ୍ଠି ଦ୍ୱାରା ଏହି ପୋଖରୀ କାମକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଳାପାଳ ଶ୍ରୀ ବିଭୁତି ଭୂଷଣ ପଟନାୟକ ପତ୍ର ସଂଖ୍ୟା ୨୫୫/୨୦୧୬ ରେ ଆଦେଶ ଦେଇଥିଲେ ଯାହା ୩ କୋଟି ୫୭ ଲକ୍ଷ ୩୭ ହଜ଼ାର ୩ସହ ଟଙ୍କା ଥିଲା।ଆର୍ଥିକ ବର୍ଷ ୨୦୧୭/୧୮ ରେ କାମ ଆରମ୍ଭ କରାଯାଇଥିଲା ଏହି କାମ କୁ (ଏମ.ଆଇ.ପି) ଠିକାଦାର ରାକେଶ କୁମାର  କରିଥିଲେ କାମ କରିବା ବାବଦକୁ ୩ କୋଟି ୨୨ ଲକ୍ଷ ୮୫ ହଜ଼ାର ୧୪୫ ଟଙ୍କା ୱାର୍କଡର ଦିଆଯାଇଥିଲା ଉକ୍ତ କାମ ୨୦ ମେ ୨୦୧୭ ରେ ଆରମ୍ଭ ହୋଇଥିଲା ।ଏହି କାମରେ ସ୍ଵଛତା ଆସିବା ପାଇଁ ଜିଲ୍ଲାପାଳ ଏକ ଗ୍ରାମ କମିଟି ୨୦ ଜଣ ଲୋକମାନଙ୍କୁ ନେଇ କରିଥିଲେ ଯାହା ୧୫/୦୬/୨୦୧୮ ରେ ଗଠନ କରାଯାଇଥିଲା।ଏହି ପୋଖରୀ ମରାମତି ପାଇଁ ମାର୍ଚ୍ଚ ୨୦୧୯ ମସିହା ସୁଦ୍ଧା ୭୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିବାବେଳେ ଏବେ ମଧ୍ୟ ଅସମ୍ପୂର୍ଣ୍ଣ ପୋଖରୀ କାମ ସାରିବାକୁ ୨କୋଟି ୪୬ ଲକ୍ଷ ୮୫ ହଜ଼ାର ୧୪୫ ଟଙ୍କା ବଳକା ରହିଛି ।ପୋଖରୀ କାର୍ଯ୍ୟ ଆରମ୍ଭ ରୁ ବହୁ ପ୍ରକାରର ବିଭ୍ରାଟ ଦେଖାଦେଇଥିଲା ।ଭରିଯାନ ଏବଂ ଟ୍ରାକଟର ରେ ବହୁ ପରିମାଣ ର ମାଟି ଠିକାଦାର ଦ୍ୱାରା ବିଭିନ୍ନ ସ୍ଥାନରେ ମାଟି ବିକ୍ରି ତଥା ମୋରାମ ବିକ୍ରି କରାଯାଇଥିବାର ଦେଖିବାକୁ ମିଳିଥିଲା ଯାହା ଦ୍ୱାରା ସରକାର ରାୟଲଟି ବାବଦକୁ ହଜ଼ାର ହଜ଼ାର ଟଙ୍କା ହରେଇଥିଲେ ଓ କମିଟି ମଧ୍ୟ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ।ଏହି ପୋଖରୀ କାର୍ଯ୍ୟ ଆରମ୍ଭ କରିବା କିଛି ମାସ ପରେ ବର୍ଷା ଯୋଗୁଁ କାମ ବନ୍ଦ ଥିଲା ଓ ବର୍ଷା ପରେ ପୋଖରୀରେ ପାଣି ଭରିଯାଇଥିବା ଦ୍ୱାରା ନଭେମ୍ବର ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ନାହିଁ ଜାହାଦ୍ୱାର କମିଟି ମୌଖିକ ଓ ଲିଖିତ ଭାବେ ପ୍ରଶାସନ କୁ କାମ ଆରମ୍ଭ କରିବା ପାଇଁ ଦାବି ଜଣେଇ ଆସୁଛନ୍ତି କିନ୍ତୁ ପୋଖରୀ କାମ ଆରମ୍ଭ ହେଉନାହିଁ।ଯାହାକୁ ନେଇ ଲୋକେ ଅସନ୍ତୁଷ୍ଟ ହେଉଥିବାର ଦେଖିବାକୁ ମିଳିଛି।କାରଣ ଆଉ ମାସ କେଇଟା ପରେ ସମଗ୍ର ଦେଶରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବ  ପୁଣି ବର୍ଷା ହେଲେ ୨୬ ଏକର ବିଶିଷ୍ଟ ଏହି ପୋଖରୀର କାମ ଏତେ କମ ଦିନରେ ସାରିପାରିବ କି ନାହିଁ ତାହାକୁ ନେଇ କମିଟି ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ଦେଖାଦେଇଛି।ଏହି ପୋଖରୀ ର ଅନ୍ୟ ମୁଖ୍ୟ ବିଷୟ ହେଉଛି ଯେ ହମିଦ ସେତେଲମେଣ୍ଟ ଅନୁସାରେ ଏହି ପୋଖରୀ  ୨୬.୦୫ ଏକର ଥିବାବେଳେ ମେଜର ବନ୍ଦୋବସ୍ତ ରେ ଟାଉନ ୟୁନିଟ-୫ ଓ ପ୍ଲଟ ସଂଖ୍ୟା ୮୩୫ ରେ ଏହା ୨୪.୭୦ ଏକର ଚିହ୍ନଟ କରାଯାଇଛି ।ହେଲେ ବାକି ଜମି ଜବରଦଖଲ କବ୍ଜା ରେ ରହିଥିବାରୁ ଜିଲ୍ଳାପାଳ ଜବରଦଖଲ ଉଛେଦ ପାଈଁ  ୨୩/୦୫/୨୦୧୮ ରେ ତହସିଲଦାରଙ୍କୁ ପତ୍ର ମାଧ୍ୟମରେ ଆଦେଶ ଦେଇଥିଲେ ଯାହା ଆଜି ପର୍ଯ୍ୟନ୍ତ କୌଣସି ସାନ୍ତ୍ୱନା ମୂଳକ ପଦକ୍ଷେପ ଗ୍ରହଣ କରାଯାଇପାରି ନାହିଁ ଏହା କୁ ନେଇ ମଧ୍ୟ କମିଟି ସଦସ୍ୟ ମାନେ ଆସନ୍ତି ବ୍ୟକ୍ତ କରିଛନ୍ତି।ଯଦି ଏହି ପୋଖରୀ କାମରେ ଏତେ ସିଥିଲତା ଦେଖିବାକୁ ମିଳିଛି ଯାହା ଦ୍ୱାରା ଅଞ୍ଚଳବାସୀ ପ୍ରଶାସନ ଓ ଠିକାଦାର ମଧ୍ୟରେ କିଛି ବୁଝାମଣାର ଖେଳ ଚଳୁଥିବାର ଚର୍ଚ୍ଚା କରୁଥିବାର  ଦେଖାଦେଇଛି।ଯଦି ବର୍ଷ ବର୍ଷ ଧରି ପୋଖରୀର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଲେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରି ପାଣିର ସୁବିଧା ପାଇବାରୁ ବଞ୍ଚିତ ହେବେ ଓ ପ୍ରଶାସନ ପାଖରେ ସବୁ ଶକ୍ତି ସାମର୍ଥ୍ୟ ଥାଇ ମଧ୍ୟ ନିରୀହ ନିରବ ରହୁଥିବା କେଉଁ ପ୍ରକାରର ସନ୍ଦେଶ ସମାଜ ଓ ଝରସୁଗୁଡ଼ାବାସୀ ମାନଙ୍କୁ ମିଳୁଛି ତାହା  ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.