ହାଟଡିହି /ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଚଳିତ ମାସ ଗତ 9 ତାରିଖ ମଙ୍ଗଳବାର ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା | ଆକ୍ରମଣକାରୀ ମାନେ ସମ୍ପୃକ୍ତ ମହିଳା ଙ୍କୁ ପିଟି ରାସ୍ତା ରେ ପକାଇ ଦେଇ ଥିଲେ. ଗୁରୁତର ଅବସ୍ଥା ରେ ତାଙ୍କୁ ଚିକିତ୍ସା ପାଇଁ ଶାଳନିଆ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା | ଅଭିଯୋଗ ରୁ ଜଣାଯାଇଛି ଯେ ଗ୍ରାମର ନାରାୟଣ ପରିଡା ଏକ ସରକାରୀ ଜାଗାକୁ ଦୀର୍ଘ 20 ବର୍ଷ ହେବ ଦଖଲ କରି ଚଳୁଛନ୍ତି | କିନ୍ତୁ କିଛି ବ୍ୟକ୍ତି ଏହାକୁ ବିରୋଧ କରୁଛନ୍ତି | ଫଳରେ ନାରାୟଣ ପରିଡା ଙ୍କ ସହ ଅନ୍ୟ ପକ୍ଷ ବ୍ୟକ୍ତି ମାନଙ୍କ ର ଝଗଡା ହୋଇଥିଲା. ଏପରିକି ନାରାୟଣଙ୍କୁ ଏକ ଘରିଆ କରାଯାଇଥିଲା | ନାରାୟଣଙ୍କ ପତ୍ନୀ ଦମୟନ୍ତୀ ଏ ନେଇ ଥାନା ରେ ଲିଖିତ ଅଭିଯୋଗ କରିଥିଲେ. ଅଭିଯୋଗ କରି ଘର କୁ ଫେରିବା ବେଳେ ଗ୍ରାମ ନିକଟରେ ମହିଳା ଜଣଙ୍କୁ ପୁଣି ଆକ୍ରମଣ ହୋଇଥିଲା | ଅଭିଯୋଗ କ୍ରମେ ଥାନା ପକ୍ଷରୁ କିଶୋର ଯେନା, ଅମୂଲ୍ୟ ଯେନା, ଅର୍ଜୁନ ଯେନା, ଗୌରାଙ୍ଗ ଯେନା, ସତ୍ୟବ୍ରତ ଯେନା, କୃଷ୍ଣ ଜେନା, ଟୁନା ଜେନା, ଅନାଥ ଜେନା, ଯୋଗେନ୍ଦ୍ର ଜେନା ଙ୍କ ନାମ ରେ ମାମଲା ରୁଜୁ ହୋଇଥିଲା .କେଶ ନଂ 59/2020 ଅଟେ | କିନ୍ତୁ ଘଟଣା କୁ 16 ଦିନ ପୁରି ସାରିଛି. ମାତ୍ର ପୋଲିସ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ମହିଳା ଜଣଙ୍କ ରାଜ୍ୟ ପୋଲିସ ମହାନିର୍ଦେଶକଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି | ଘଟଣା ରେ ତଦନ୍ତ ଚାଲିଥିବା ନନ୍ଦିପଦା ପୋଲିସ ତରଫରୁ ସୂଚନା ମିଳିଛି |
Sign in
Sign in
Recover your password.
A password will be e-mailed to you.