ସୁନାବେଶ ଦିନ  ହିସାବ ଦେବେ ଅପରାଜିତା 

0 1

ଭୁବନେଶ୍ୱର : ବିଭିନ୍ନ କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗି ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ଦେବେ ହିସାବ | ଏ ବିଷୟ ଆଜି ସାମାଜିକ ଗଣମାଧ୍ୟମରେ ସେ ସ୍ପଷ୍ଟ କରିଛନ୍ତି | ଆସନ୍ତା ଜୁଲାଇ ୨ ତାରିଖ ପବିତ୍ର ସୁନା ବେଶ ଦିନ ସେ ଦେବେ ସଂସଦ ଭାବେ ତାଙ୍କ ବର୍ଷକର କାର୍ଯ୍ୟକାଳର ହିସାବ | ଗତବର୍ଷ ମେ ମାସରେ ସପ୍ତଦଶ ଲୋକସଭାକୁ ନିର୍ବାଚିତ ହୋଇଥିବା ଅପରାଜିତା ୨୩  ମେ ୨୦୧୯ ରୁ ୨୨ ମେ ୨୦୨୦ ମଧ୍ୟରେ ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ପାଇଁ ହାତକୁ ନେଇଥିବା ବା ସମ୍ପୂର୍ଣ ହୋଇଥିବା କାର୍ଯ୍ୟ ଅବା ସେ ପୂରଣ କରିଥିବା ବିଭିନ୍ନ ପ୍ରତିଶ୍ରୁତିର ସବିଶେଷ ବିବରଣୀ ଦେବେ ବୋଲି ଜଣାପଡିଛି | 

Leave A Reply

Your email address will not be published.