ପଦ୍ମପୁର କେନ୍ଦୁପତ୍ର ଡିଏଫଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା 

0 1

ପଦ୍ମପୁର:  ଗତକାଲି ପଦ୍ମପୁର କେନ୍ଦୁପତ୍ର ଅତିଥି ଭବନରେ ପଦ୍ମପୁର ଡିଭିଜନ ର କେନ୍ଦୁପତ୍ର ଡିଏଫଓ ଶ୍ରୀ ପ୍ରକାଶ ଚାନ୍ଦ ଗୁଗିନେନୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା  । ୨୦୧୭  ମସିହାରେ ଶ୍ରୀ ପ୍ରକାଶ ଚାନ୍ଦ ପଦ୍ମପୁର କେନ୍ଦୁପତ୍ର ଡିଏଫଓ ଭାବେ ଦାୟିତ୍ୱ ନେଇ ଥିଲେ । ଡିଏଫଓ ଭାବେ ଗତ ୩ ବର୍ଷର କାର୍ଯ୍ୟକାଳ ଭିତରେ ରେ ଅକ୍ଳାନ୍ତ ପରିଶ୍ରମ କରି ପଦ୍ମପୁର ଡିଭିଜନ ରେ କେନ୍ଦୁପତ୍ର ଉତ୍ପାଦନ ବୃତ୍ତି କରିବା ସହ ଉନ୍ନତ ମାନର ଉତ୍ପାଦନ କରି କ୍ବିଣ୍ଟାଲ ପ୍ରତି ୨୩ ,୨୦୪ ଟଙ୍କା ଦରରେ ବିକ୍ରି କରି ଓଡିଶାର ସବୁଠୁଁ ଅଧିକ ଦରକୁ ପହଂଚାଇଥିଲେ  । ତାଙ୍କ ସମୟରେ ମେଲଛାମୁଣ୍ଡା,ଗାଇସିଲେଟ, ମିଠାପାଲ, ଝାରବନ୍ଦ, ପାଇକମାଲ, ଜଗଦଳପୁର ଆଦି ବିଭିନ୍ନ ରେଞ୍ଜରେ ସ୍ଥାୟୀ ଭାବେ ରେଞ୍ଜର ଓ ଫରେଷ୍ଟର ମାନଙ୍କ ଆବାସିକା କାର୍ଯ୍ୟାଳୟ ନିର୍ମାଣ କରାଇ ଥିଲେ  । ଗତ ୩ ବର୍ଷ ଭିତରେ ଅନେକ ଅସ୍ଥାୟୀ କେନ୍ଦୁପତ୍ର ଗୋଦାମ ଘରକୁ ସ୍ଥାୟୀ ଭାବେ ନିର୍ମିତ କରାଇ ଥିଲେ । ଇତିମଧ୍ୟରେ ଡିଏଫଓ ଶ୍ରୀ ପ୍ରକାଶ ଚାନ୍ଦ ଙ୍କୁ ଢେଙ୍କାନାଳ ଜଙ୍ଗଲ ବିଭାଗ ର ଡିଏଫଓ ଭାବେ ବଦଳି ହୋଇ ଯାଇଛି ଥିବାରୁ ଗତ କାଲି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନ ସଂପାଦକ ତଥା ପଦ୍ମପୁର ର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଡିଏଫଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ  । ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି  ଯେ ଗତ ୩ ବର୍ଷ ଭିତରେ ଡିଏଫଓ ଙ୍କ ସହ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଉତ୍ତମ ବୁଝାମଣା ଭିତ୍ତିରେ ପଦ୍ମପୁର ଡିଭିଜନ ରେ  କାର୍ଯ୍ୟ  ଚାଲିଥିଲା  । ଚଳିତ କେନ୍ଦୁପତ୍ର ସିଜନରେ ସାରା ଓଡିଶାରେ କେନ୍ଦୁପତ୍ର ଚପରାସୀ ମାନଙ୍କୁ ଛଟେଇ କରାଯାଇଥିବା ବେଳେ ପଦ୍ମପୁର ରେ ଜଣେ ଭି ଚପରାସୀ ଙ୍କୁ ଛଟେଇ ନ କରି ସମସ୍ତ ଙ୍କୁ ଡିଏଫଓ ନିଯୁକ୍ତି ଦେଇଥିଲେ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରି ଡିଏଫଓ ଧନ୍ୟବାଦ ପ୍ରଦାନ କରିଛନ୍ତି । ସମ୍ବର୍ଦ୍ଧନା ଅବସରରେ ପଦ୍ମପୁର ରେଞ୍ଜ ର ଶ୍ରୀ ରମେଶ ସାହୁ, ସାମ୍ବାଦିକ ନିରୋଜ ପାଣୀ, ଯୁବ ନେତା ଶ୍ରୀ କାନ୍ତ ମିଶ୍ର, ରାଜେନ୍ଦ୍ର ସେଠ, ସତ୍ଯ ନାରାୟଣ ବେହେରା ପ୍ରମୁଖ  ଉପସ୍ଥିତ ଥିଲେ   ।

 

Leave A Reply

Your email address will not be published.