ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ଟିକରପଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆମାନେ କେନ୍ଦ୍ରର ତିନିଜଣ ପାଚିକାଙ୍କୁ ଶାଢ଼ୀ ଉପହାର ପ୍ରଦାନ କରିଥିବା ଜଣାପଡ଼ିଛି। ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଓଡିଆମାନେ ଗଞ୍ଜାମ ଜିଲ୍ଲାକୁ ଫେରିବା ପରେ ୧୪ ଦିନ ପର୍ଯ୍ୟନ୍ତ ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଗୃହରେ ରହିଥିଲେ। ସେମାନେ ଘରକୁ ଫେରିବା ପୂର୍ବରୁ ଯେଉଁ ତିନି ଜଣ ମହିଳା ସେମାନଙ୍କୁ ରୋଷେଇ କରି ଖାଇବାକୁ ଦେଉଥିଲେ ସେହି ତିନିଜଣ ପାଚିକାଙ୍କୁ ଉପହାର ସ୍ୱରୂପ ଖଣ୍ଡେ ଲେଖାଏଁ ଶାଢ଼ୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ପାଙ୍ଗିଡ଼ି ପଞ୍ଚାୟତର ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ରା ଉପସ୍ଥିତ ଥିଲେ। ବିଭିନ୍ନ କେନ୍ଦ୍ରରେ ଖାଦ୍ୟପେୟ ପାଇଁ ନାନା ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେଉଥିବା ବେଳେ ଏହି କେନ୍ଦ୍ରରେ ରହିଥିବା ପ୍ରବାସୀ ଓଡିଆମାନେ ପାଚିକା ମାନଙ୍କୁ ଉପହାର ପ୍ରଦାନ କରିବା ଏଠାର ସୁପରିଚାଳନା ଯୋଗୁଁ ସମ୍ଭବ ହୋଇଛି। ଏହା ସମିତି ସଭ୍ୟଙ୍କ ଗ୍ରାମ ହୋଇଥିବା ଯୋଗୁଁ ସେ ନିଜେ ପରିଚାଳନା ସୁଚାରୁ ଭାବେ କରାଉ ଥିବା ଯୋଗୁଁ ପୂର୍ବରୁ ମଧ୍ୟ ପ୍ରବାସୀ ଓଡିଆମାନେ ପାଚିକା ମାନଙ୍କୁ ଦୁଇଥର ଉପହାର ପ୍ରଦାନ କରିଛନ୍ତି। ଏହା ସମସ୍ତ କେନ୍ଦ୍ର ପାଇଁ ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ।
Sign in
Sign in
Recover your password.
A password will be e-mailed to you.