ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଭାରତୀୟମାନେ ହଜାର ହଜାର ବର୍ଷ ପୂର୍ବରୁ ଯୋଗ ଅଭ୍ୟାସ କରି ଆସୁଥିବା ବେଳେ ବର୍ତ୍ତମାନ ଆମର ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା ଯୋଗୁଁ ଜୁନ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ଭାବେ ମାନ୍ୟତା ମିଳିପାରି ସାରା ବିଶ୍ୱରେ ଯୋଗର ପ୍ରସାର ଲାଭ କରିପାରିଛି। ବର୍ତ୍ତମାନର କରୋନା ମହାମାରୀର ପ୍ରକୋପ ସ୍ଵତ୍ତ୍ୱେ ଆମ ଦେଶରେ ଏହା ପାଳନ କରାଯାଇଛି। ଏହି ପ୍ରରିପେକ୍ଷିରେ ବୁଗୁଡା ବ୍ଲକ ତାଳସାକର ଗ୍ରାମର ମହାମାୟୀ ଉଚ୍ଚ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣି ମାନେ ବିଶ୍ୱ ଯୋଗ ଦିବସ ପାଳନ କରିଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନେ ବିଭିନ୍ନ ଯୋଗ ଅଭ୍ୟାସ କରି ବିଶ୍ୱ ଯୋଗ ଦିବସ ପାଳନ କରିଥିଲେ। ବିଭିନ୍ନ ଯୋଗ କରିବା ଦ୍ୱାର ଆମ ଶରୀରର କଣ ସବୁ ଉପକାର ହୁଏ କ୍ରୀଡା ଶିକ୍ଷକ ଶ୍ରୀ ପାତ୍ର ପ୍ରବାସୀ ଓଡିଆମାନଙ୍କୁ ବୁହାଇଥିଲେ।
Sign in
Sign in
Recover your password.
A password will be e-mailed to you.